Latest Odisha News

BREAKING NEWS

ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କୀ ହମଲା ଷଡଯନ୍ତ୍ର: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସୁଛି ସ୍ବାଧୀନତା ଦିବସ  । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲଗାତାର ଭାବେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲାଲକିଲ୍ଲାକୁ ପୁରା ଘେରାବନ୍ଦୀ କରାଯାଇଛି  । ଏହାରି ମଧ୍ୟରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କୀ ହମଲା ଷଡଯନ୍ତ୍ର ହେଉଥିବା ସୂଚନା ମିଳିଛି  । ଯାହାକୁ ଦେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

ସୂଚନା ଅନୁଯାୟୀ, ଖଲିସ୍ତାନୀ ସମର୍ଥକ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ମିଶି ଦିଲ୍ଲୀରେ କୌଣସି ବଡ ହମଲା କରିବାର ସୂଚନା ମିଳିଛି । ଯାହାପରେ ତୁରନ୍ତ ଦିଲ୍ଲୀ ପୋଲିସ ଏବଂ  ଏନସିଆରର ସବୁ ପୋଲିସ ମୁଖ୍ୟଙ୍କୁ ସତର୍କ କରିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଦିଲ୍ଲୀ ପୋଲିସ କମିଶନର ପୋଲିସ ମୁଖ୍ୟାଳୟରେ ଅନ୍ୟ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି ।

ବୈଠକ ପରେ ପ୍ରତିରକ୍ଷା ଏବଂ ଗୃହ ମନ୍ତ୍ରାଳୟ ମଧ୍ୟ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛି  । ଏପରିକି କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କୁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ କରାଯାଇଛି । ଦେଶ ବାହାରୁ ଆସୁଥିବା ସନ୍ଦିଗ୍ଧଙ୍କ କଲକୁ ପରୀକ୍ଷା କରାଯାଉଛି । ୧୫ ଜିଲ୍ଲାର ଡିସିପିଙ୍କୁ ନିଜ ନିଜ ଜିଲ୍ଲାର ହୋଟେଲ , ସାଇବର କାଫେ ଗୁଡିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମଧ୍ୟପ୍ରଦେଶରେ ଖାସ୍ କରି ପୋଲିସ ଫୋର୍ସ ବଢାଯାଇଛି । ସ୍ଥାନେ ସ୍ଥାନେ ସିସି ଟିଭି ଲଗାଯାଇଥିବା ଦେଖିବାକୁ ମିଳିଛି  ।

 

 

Leave A Reply

Your email address will not be published.