Latest Odisha News

BREAKING NEWS

ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଆହତ, ଫିଲ୍ମ ସୁଟିଂ ବେଳେ ଅସାମାଜିକ ବ୍ୟକ୍ତିଙ୍କ ପଥରମାଡ଼

ଜୌନପୁର: ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ଭୋଜପୁରୀ ଫିଲ୍ମ ‘ମେରା ଭାରତ ମହାନ’ର ସୁଟିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ପଥରମାଡ କରିଥିବାର ଜଣାପଡିଛି । ଏହି ପଥରମାଡରେ ଅଭିନେତ୍ରୀ ମଣି ଭଟ୍ଟାଚାର୍ଯ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । 

ଜୌନପୁରରେ ମୁଖ୍ୟ ଜନସନ୍ ଭଣ୍ଡାରୀ ରେଲଓ୍ବେ ଷ୍ଟେସନ୍ ପାଖରେ ଗତ ଏକ ସପ୍ତାହ ଧରି ‘ମେରା ଭାରତ ମହାନ’ ଫିଲ୍ମ ସୁଟିଂ ଚାଲିଥିଲା। ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଶତାଧିକ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲ । ଅଭିନେତ୍ରୀଙ୍କ କହିବା ଅନୁସାରେ, କେହି ତାଙ୍କ ଉପରକୁ ପଥର ମାଡ କରିଥିଲେ ଓ ମୁଣ୍ଡରେ ଆଘାତ ଲାଗିଥିଲା । ମଣି ଭଟ୍ଟାଚାର୍ଯ୍ୟ ଯୋଗୀ ସରକାରଙ୍କୁ ଅପିଲ କରିଛନ୍ତି, ଫିଲ୍ମ ସମ୍ପର୍କୀତ ଲୋକଙ୍କର ସୁରକ୍ଷାର କଡା ବନ୍ଦୋବସ୍ତ ହେବା ଦରକାର।

Leave A Reply

Your email address will not be published.