Latest Odisha News

ନୂଆ ସିରିଏଲ ‘ତିତିଲି’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ନେହା ସୋଲାଙ୍କି

ମୁମ୍ବାଇ: ସିରିଏଲ ‘ଅନୁପମା’, ‘ୟେ ରିସ୍ତା କୟା କେହଲତା ହୈ’ ଏବଂ ‘ଇମଲି’ ପରେ ଷ୍ଟାର୍ ପ୍ଲସ୍‌ରେ ଏବେ ଆଉ ଏକ ନୂଆ ସିରିଏଲ ‘ତିତିଲି’ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଇଛି । ଏଥିରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନେହା ସୋଲାଙ୍କି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିରିଏଲ ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଜଣେ ଏକ ଉଚ୍ଚାଭିଳାଷୀ ଝିଅ, ଯିଏ ଏମିତି ଏକ ଜୀବନ ସାଥୀ ଖୋଜୁଛି ଯିଏ ତାକୁ ଜୀବନର ସବୁ ଖୁସି ଦେଇପାରିବ ଏହିପରି କାହାଣୀ ଚିତ୍ରିତ ହୋଇଛି । ନେହା ଏହି ଝିଅ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିରିଏଲ ଲୋକଙ୍କ ମନକୁ ଛୁଇଁବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଉତ୍ତରାଖଣ୍ଡର ହାଲଡୱାନିରେ ଜନ୍ମ ଗ୍ରହଣ କରିଥିବା ନେହା ସହକାରୀ ନିର୍ଦ୍ଦେଶକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ । ତା’ପରେ ୨୦୧୭ ମସିହାରେ ସେ ଜି ଟିଭିରେ ପ୍ରସାରିତ ସିରିଏଲ ‘ସେଠ୍‌ଜୀ’ ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାବ୍ୟତୀତ ସେ ଷ୍ଟାର ଭାରତରେ ‘ମାୟାବୀ ମାଲିଙ୍ଗ’ରେ ମଧ୍ୟ ଏକ ବିଶେଷ ଚରିତ୍ରରେ ଅଭିନୟ କରିଛନ୍ତି । ସେ ପ୍ରଥମ ଥର ପାଇଁ ଷ୍ଟାର୍ ପ୍ଲସ୍‌ରେ ଧାରାବାହିକ ‘ତିତିଲି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

Comments are closed.