ମୁମ୍ବାଇ: ରାମସେତୁ ଫେମ୍ ଅଭିନେତ୍ରୀ ନୁସରତ ଭାରୁଚା ଆହତ । ସୁଟିଂ ତଥା ହଲିଡେ ଟ୍ରିପ୍ରେ ବାଲି ଯାଇଥିବା ବେଳେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଇଣ୍ଡୋନେସିଆର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଅଣାଯିବ ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଅପରେସନ ହେବ ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗିଥିବା ସୂଚନା ମିଳିଛି । ବାଲିରେ ଡାକ୍ତରୀ ଟିମ୍ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅଛନ୍ତି ନୁସରତ । ଏବେ ଇଣ୍ଡୋନେସିଆର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲିରେ ଥିବା ବେଳେ ନୁସରତଙ୍କ ଦୁର୍ଘଟଣା ହୋଇଥିଲା । ଏହାଦ୍ୱାରା ଆଗାମୀ କିଛି ଦିନ ପାଇଁ ଅଭିନେତ୍ରୀ ନୁସରତଙ୍କ ଫ୍ରିଲ୍ମକୁ ନେଇ ଥିବା କମିଟମେଂଟ ବିଗିଡିପାରେ । ୨୦୦୬ରେ ଜୟ ସନ୍ତୋଷୀ ମା’ରୁ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ନୁସରତ । ତାପରେ ଲଭ୍ ସେକ୍ସ ଧୋକ୍କା ଓ ପ୍ୟାର କା ପଂଚନାମାରୁ ଲୋକଲୋଚନକୁ ଆସିଥିଲେ ନୁସରତ୍ । ଡ୍ରିମ୍ ଗାର୍ଲ, ରାମ ସେତୁ, ଛଲାଙ୍ଗ୍ , ସେଲଫି, ଅକେଲି ପରି ଫିଲ୍ମରେ ନଜର ଆସିଛନ୍ତି ନୁସରତ୍ । ଟାଇଗର ସ୍ରଫ୍ଙ୍କ ସହ ଏକ ଆକ୍ସନ ଫିଲ୍ମରେ ଆଗକୁ ନଜର ଆସିବେ ନୁସରତ୍ । ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି କୋରିଓଗ୍ରାଫର୍ କମ୍ ନିର୍ଦ୍ଦେଶକ ରେମୋ ଡିସୋଜା ।
BREAKING NEWS
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

Comments are closed.