Latest Odisha News

BREAKING NEWS

ଅଭିନୟ ନୁହେଁ, ଏବେ ସଚେତନତା ପାଇଁ ବ୍ୟସ୍ତ ପୂଜା ବେଦୀ

ମୁମ୍ବାଇ :ବଲିଉଡର ଜଣାଶୁଣା ନାୟିକାଙ୍କ ମଧ୍ୟରୁ ପୂଜା ବେଦୀ ଅନ୍ୟତମ । ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି ପୂଜା ବେଦୀ । ତେବେ ଅଭିନୟ ସହ ସ୍ୱେଚ୍ଛାସେବୀ ଭାବେ କାମକୁ ସେ ଗୁରୁତ୍ୱ ଦେଉଛନ୍ତି । ଅଭିନୟଠାରୁ ସଚେତନତା କାର୍ଯ୍ୟକ୍ରମ କରିବା ତାଙ୍କୁ ଅଧିକ ଖୁସି ଦେଇଥାଏ ବୋଲି କୁହନ୍ତି ପୂଜା । ତେଣୁ ସେ ଏବେ ଅଧିକାଂଶ ସମୟ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ଭେଟେରାନ ଅଭିନେତା କବୀର ବେଦୀଙ୍କ ଝିଅ ହେଉଛନ୍ତି ପୂଜା ବେଦୀ । ୧୯୭୯ ମସିହା ମେ ୧୧ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ପୂଜା । ତାଙ୍କ ମାଆ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ । ୧୯୯୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା ।୧୯୯୧ ମସିହାରେ ବିଷକନ୍ୟା ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ପୂଜା । ଦିଲ୍ ଧଡକେ, ଚିତେମା ମୋଗଦୁ, ଜୋ ଜିତା ୱୋହି ସିକନ୍ଦର, ଲୁଟେର୍‌, ଫିର ତେରୀ କାହାନି ୟାଦ ଆୟି ଆଦି ଅନେକ ହିଟ୍ ଚଳଚ୍ଚିତ୍ରରେ ଚିତାକର୍ଷକ ଅଭିନୟର ଯାଦୁ ଦେଖାଇଛନ୍ତି । ବଲିଉଡ଼ରେ ଅତି ସହଜରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କ ପ୍ରତିଭା ଆଧାରରେ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । । ୧୯୯୪ ମସିହାରେ ପାର୍ସୀ ମୁସଲିମ ତଥା ପ୍ରସିଦ୍ଧ ଆର୍କିକେଟ୍ ଫରହାନ ଇବ୍ରାହିମଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ପୂଜା ନିଜର ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ । ଏବେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଅଭିନୟ ସହିତ ପୂଜା ଅନେକ ସାମାଜିକ କାର୍ଯ୍ୟ ମଧ୍ୟ କରିଛନ୍ତି । ପୂଜା କାମସୁତ୍ର କଣ୍ଡୋମ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଏନେଇ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥିଲା । ହେଲେ ତାକୁ ଖାତିର ନ କରି ଆଗକୁ ବଢିଚାଲିଥିଲେ । ଏହା ସହିତ ଏଡସ୍ ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି । ଅଭିନୟ ସହିତ ଅନେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ପୂଜା । ସେ ଏକ ପୁସ୍ତକ ଲେଖିଥିଲେ, ଯାହା ୧୦ ଶ୍ରେଷ୍ଠ ବିକ୍ରେତାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲା । ଏଥିସହିତ ଅନେକ ଖବରକାଗଜରେ ସେ ନିୟମିତ ସ୍ତମ୍ଭକାର ।

Comments are closed.