Latest Odisha News

BREAKING NEWS

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ଉର୍ବଶୀ,ହେଲା ଅସ୍ତ୍ରୋପଚାର

ମୁମ୍ୱାଇ: ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ସେ ଡାକ୍ତରଖାନା ଶଯ୍ୟାରେ ଶୋଇଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଫଟୋ ଦେଖିବା ପରେ ସେ ଖୁବଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ତାଙ୍କ ବେକରେ ଏକ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି । ଉର୍ବଶୀଙ୍କ ପୁଅ ପ୍ରକାଶ କରିଛନ୍ତି ଯେ, ତାଙ୍କ ବେକରେ ଏକ ଛୋଟ ଟ୍ୟୁମର ହୋଇଥିଲା । ଏହାକୁ ଅପରେସନ କରାଯାଇ ହଟାଇ ଦିଆଯାଇଛି । ଅଭିନେତ୍ରୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଉର୍ବଶୀ କହିଛନ୍ତି, ‘ଡିସେମ୍ବର ୨୦୨୩ ଆରମ୍ଭରେ ବେକରେ ଏକ ଟ୍ୟୁମର ଚିହ୍ନଟ ହୋଇଥିବାରୁ ମୋତେ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ମୋର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ବର୍ତ୍ତମାନ ମୋତେ ୧୫-୨୦ ଦିନ ବିଶ୍ରାମ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତିି । ଉର୍ବଶୀ ନିକଟରେ ଡ୍ୟାନ୍ସ ରିଅଲିଟି ଶୋ ଝଲକ ଦିଖଲା ଜା ୧୧ ରେ ନଜର ଆସିଥିଲେ ।

Leave A Reply

Your email address will not be published.