Latest Odisha News

BREAKING NEWS

କୋହଲି-ସଚିନଙ୍କଠାରୁ ବି ଅଧିକ ଧନୀ ଗିଲଖ୍ରୀଷ୍ଟ! ମିଛ ରିପୋର୍ଟ ଦେଖି କଟାକ୍ଷ କଲେ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ ଖେଳିବା ବ୍ୟତୀତ ବିଜ୍ଞାପନ, କମେଣ୍ଟ୍ରି ଇତ୍ୟାଦିରୁ କ୍ରିକେଟରମାନେ ବିପୁଳ ଟଙ୍କା ରୋଜଗାର କରନ୍ତି । ନିଜ ଦେଶ ପାଇଁ ଖେଳିବା ବ୍ୟତୀତ ଆଇପିଏଲ ଭଳି ବିଭିନ୍ନ ଲିଗ ମ୍ୟାଚରୁ ମଧ୍ୟ କ୍ରିକେଟରମାନେ ଆୟ କରିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ରିକେଟ ଖେଳାଳିଙ୍କ ସମ୍ପତ୍ତି ବାବଦରେ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ଆଉ ଏହି ସମ୍ପତ୍ତି ତାଲିକାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କ୍ରିକେଟର । ବାସ୍ତବରେ ୱାର୍ଲଡ ଇଣ୍ଡେକ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଟ୍ୱିଟରରେ ଏକ ପୋଷ୍ଟ କରାଯାଇ କୁହାଯାଇଛି ଯେ ଅଷ୍ଟ୍ରେଲିଆ ଖେଳାଳି ଏଡମ ଗିଲଖ୍ରୀଷ୍ଟ ସବୁଠାରୁ ଧନୀ କ୍ରିକେଟର । ତାଙ୍କର ମୋଟ ସମ୍ପତ୍ତି ୩୮୦ ମିଲିୟନ ଡ଼ଲାର ହୋଇଥିବାବେଳେ ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କଠାରୁ ମଧ୍ୟ ଅଧିକ ଧନୀ । ଆଉ ଏହି ଟ୍ୱିଟ ଦେଖି ଏବେ ଏଡମ ଆଶ୍ଚର୍ଯ୍ୟ ହେବା ସହ ରିପୋର୍ଟକୁ ମିଛ ବୋଲି କହିଛନ୍ତି ।

ଏଡମ ଏହି ଟ୍ୱିଟର ଉତ୍ତର ଦେଇ ଲେଖିଛନ୍ତି ଯେ ଏହା ଏକ ମିଛ ଖବର । ମୋର ନାମ ସହ ସମାନ ନାମ ଥିବା ଜଣେ ବ୍ୟକ୍ତି ଏକ ବଡ କମ୍ପାନୀ ସ୍ଥାପନ କରିଛନ୍ତି । ସେ ବୋଧେ କେବେ କ୍ରିକେଟ ଖେଳିଥିବେ । ତେଣୁ ତାଙ୍କ ନାମ ମଧ୍ୟ ଏଥିରେ ସ୍ଥାନ ପାଇଛି । ଏହା ସହ ଏଡମ ଏହାକୁ ମିଛ ଖବର ବୋଲି କହିଛନ୍ତି । ଉଲ୍ଲେଖ ଥାଉ କି ଏହି ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆର ଏଡମ ଗିଲକ୍ରିଷ୍ଟ ୩୮୦ ନିୟୁତ ସମ୍ପତ୍ତିର ମାଲିକ ହୋଇଥିବାବେଳେ ସଚିନ୍ ତେନ୍ଦୁଲକର ୧୭୦ ନିୟୁତ, ମହେନ୍ଦ୍ର ସିଂ ଧୋନି ୧୧୫ ମିଲିୟନ୍ ଡଲାର, ବିରାଟ କୋହଲି ୧୧୨ ମିଲିୟନ ଡ଼ଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ।

Leave A Reply

Your email address will not be published.