Latest Odisha News

BREAKING NEWS

ଡ୍ରାଇଭର ମହାସଂଘ ନିଷ୍ପତ୍ତି: ସରକାର ଘୋଷଣା ନ କଲା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ତୃତୀୟ ଦିନରେ ପହଞ୍ଚିଛି । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉଥିଲା।   ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା ।  ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଥିଲେ । ତଥାପି ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନ ଥିଲେ । ସରକାର ଦାବି ପୂରଣ ନେଇ ଘୋଷଣା ନ କଲା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ।

ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏ ନେଇ ସୂଚନା ଦେଇ କହଛନ୍ତି,  ମୁଖ୍ୟ ସଚିବ ଦେଇଥିବା ଲିଖିତ ପ୍ରତିଶ୍ରୁତିରେ ସ୍ପଷ୍ଟତା ନାହିଁ । କେଉଁ ଦାବି ପୂରଣ କରିବେ ଏଥିରେ ଉଲ୍ଲେଖ ନାହିଁ । ଏମିତି ପ୍ରତିଶ୍ରୁତି ସବୁବେଳେ ଦେଇ ଆସୁଛନ୍ତି । କିନ୍ତୁ କୌଣସି ଦାବି କେବେ ବି ପୂରଣ ହେଉନାହିଁ । ଏପରି ପ୍ରତିଶ୍ରୁତିକୁ  ସଂଘ ଗହଣ କରୁନାହିଁ । ତେଣୁ ସରକାର ପ୍ରତିଶ୍ରୁତି ପୂରଣ ପାଇଁ ଘୋଷଣା ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏପଟେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଥିବାବେଳେ ସେପଟେ ମନ୍ତ୍ରୀ ଗୃହରେ କହିଛନ୍ତି ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି । ଡ୍ରାଇଭର ଆନ୍ଦୋଳନ ନେଇ ଗୃହରେ ବିବୃତି ବେଳେ କହିଲେ ମନ୍ତ୍ରୀ ‘କାଲି ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଥିଲେ । ୩ ମାସରେ ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ନିଷ୍ପତ୍ତି ହୋଇଛି । ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି ।’

Leave A Reply

Your email address will not be published.