Latest Odisha News

BREAKING NEWS

ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ ଆଦାନୀ ଗ୍ରୁପ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହିଛି । ସୁଶାନ୍ତ ସିଂ ରାଜପୁତ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଏହାର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଯଦି ଏହା ହୁଏ ତାହାହେଲେ ଉଭୟ ଫାଇଦାରେ ରହିବେ ।

ତଖଥ, ଦୋସ୍ତାନା ୨, ଯୁଗ ଯୁଗ ଜିୟୋ, ଫାଇଟର ପରି ଫିଲ୍ମ ପାଇଁ ଫାଇନାନ୍ସର ଅଭାବ ରହିବ ନାହିଁ । ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟାଙ୍କ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ନିକଟରେ ଗୁଡ ନ୍ୟୁଜ, କେସରୀ ଓ ସିମ୍ବା ପରି ସୁପରହିଟ ଫିଲ୍ମ ଦେଇଥିବା ଧର୍ମା ପ୍ରଡକ୍ସନ କିନ୍ତୁ ଏବେ ସୁଶାନ୍ତ କେସ୍ ପରେ ଆକ୍ରୋଶର ଶୀକାର ହୋଇଛନ୍ତି ।

Leave A Reply

Your email address will not be published.