Latest Odisha News

BREAKING NEWS

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ, ନମିତାଙ୍କ ଗୀତରେ ଝୁମିଲେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ

ଭୁବନେଶ୍ୱର: ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ ‘କିଛି ମାଗୁନାହିଁ ତତେ’ । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ, କିଛି ଦୃଷ୍ଟିହୀନ ଓ ଭିନ୍ନକ୍ଷମ। କିଛି ଦିନ ତଳେ ନମିତାଙ୍କ କଣ୍ଠରେ ଏହି ଗୀତ ରେକ‌ଡିଂ ହୋଇଥିଲା । ଆଉ ଏବେ ଏହାର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି ଯାହାକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ ପସନ୍ଦ କରୁଛନ୍ତି ।

ନମିତାଙ୍କ ଗୀତ ରେକର୍ଡ କରିବାକର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସୋସିଆଲ ମିଡ଼ିଆରେ ନମିତାଙ୍କ କଣ୍ଠସ୍ୱର ଶୁଣି ବେଶ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରଖିବାକୁ ଯାଇ ପ୍ରଥମେ ନମିତାଙ୍କ କଣ୍ଠରେ ଏହି ଭଜନଟି ରେକର୍ଡ କରାଯାଇଥିଲା ଏବଂ ଏହା ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାର ନିର୍ଦ୍ଦେଶନା ଦେଇଥିଲେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଗୀତ ରଚନା କରିଥିଲେ ବରିଷ୍ଠ ଗୀତିକାର ବିଜୟ ମଲ୍ଲ । ଓଡ଼ିବାବା ମ୍ୟୁଜିକ ଷ୍ଟୁଡିଓଜ ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଏହି ଭିଡିଓରେ ଅଭିନୟ କରିଛନ୍ତି କଟକ ଆଶ୍ରୟ ସ୍କୁଲର ଦୃଷ୍ଟିହୀନ ଓ ଭିନ୍ନକ୍ଷମ କିଶୋର କିଶୋରୀ । ଏମାନଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ସାହୁ । କ୍ୟାମେରାରେ ଚନ୍ଦନ ଥିବାବେଳେ ସମ୍ପାଦନା କରିଛନ୍ତି ସରୋଜ ରାଉଳ । ଏହି ମ୍ୟୁଜିକ ଭିଡିଓଟି ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଛି ।

Leave A Reply

Your email address will not be published.