Latest Odisha News

BREAKING NEWS

ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କଲା ଆଦାନୀ ଗ୍ରୁପ, କହିଲେ…

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ଉପରେ ଅନେକ ଅଭିଯୋଗ ଲଗାଇଛି। ଯାହାକୁ ଖଣ୍ଡନ କରିବା ସହ ପ୍ରତିକ୍ରିୟା ରଖିଛି ଆଦାନୀ ଗ୍ରୁପ।

ହିଣ୍ଡେନବର୍ଗ ରିପୋର୍ଟକୁ କଡା ସମାଲୋଚନା କରି ଆଦାନୀ ଗ୍ରୁପ୍ ଏକ ବିବୃତ୍ତି ଜାରି କରିଛି। ଏହି ରିପୋର୍ଟରେ ଥିବା ତଥ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ। ବ୍ୟକ୍ତିଗତ ଲାଭ ପାଇଁ ଏହି ରିପୋର୍ଟ ଜାଣିଶୁଣି ବଦନାମ କରିବା ଉଦ୍ଦେଶ୍ୟରେ କରାଯାଇଛି।

ଆମେ ଏହି ଅଭିଯୋଗଗୁଡିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛୁ। କାରଣ ସୁପ୍ରିମକୋର୍ଟରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି।

Comments are closed.