Latest Odisha News

BREAKING NEWS

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀର ପରିବହନ ଦେୟ ଛାଡ

ଭଦ୍ରକ: ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦରଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡ କରିଛି।

ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ ପାଇଁ ଆଦାନୀ ଗ୍ରୁପ୍ ଦୁଇ ଡଜନ୍ କ୍ରାୟୋଜେନିକ୍ ଟ୍ୟାଙ୍କ ସୁରକ୍ଷିତ ରଖିଥିବା ସୂଚନା ଦେଇଛି।

ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଶର ଭିତ୍ତିଭୂମି ଉପରେ ଚାପ ପକାଇଛି। ଏପରିକି ଡ଼ାକ୍ତରଖାନାରେ ଅମ୍ଲଜାନ ଅଭାବ ଦେଖାଦେଇଛି।

ଏଭଳି ସ୍ଥିତିରେ ଘରୋଇ ସଂସ୍ଥା ସରକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆମେରିକାଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଭାରତକୁ ସହଯୋଗର ହାତ ବଢାଇଛନ୍ତି।

ଅମ୍ଲଜାନ ଏବଂ ଆନୁସଙ୍ଗିକ ସାମଗ୍ରୀ (ମେଡିକାଲ ଗ୍ରେଡ ଅମ୍ଲଜାନ, ଅମ୍ଲଜାନ ଟ୍ୟାଙ୍କ, ଅମ୍ଲଜାନ ବୋତଲ, ପୋର୍ଟେବଲ୍ ଅମ୍ଲଜାନ ଜେନେରେଟର, ଅମ୍ଲଜାନ ସିଲିଣ୍ଡର ଉତ୍ପାଜନ ପାଇଁ
ଇସ୍ପାତ ପାଇପ୍ ଇତ୍ୟାଦି)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାହାଜ ପରିବହନକୁ ଅଗ୍ରାଧିକାର ଦେବା ପାଇଁ କମ୍ପାନୀ ପକ୍ଷରୁ ନିଷ୍ପତି ନିଆଯାଇଛି।

ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଦ୍ୱାରା ପରିଚାଳିତ ବନ୍ଦରଗୁଡିକ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ଠାରୁ ଏହି ପ୍ରକାର ସାମଗ୍ରୀ ପାଇଁ କୌଣସି ଷ୍ଟୋରେଜ କିମ୍ବା ହ୍ୟାଣ୍ଡେଲିଂ ଚାର୍ଜ ଆଦାୟ କରିବେ ନାହିଁ।

ଏହିପରି ମାଲ ପରିବହନକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାକୁ ତୁରନ୍ତ ଲାଗୁ କରିବା ସହ ତିନି ମାସ ପର୍ଯ୍ୟନ୍ତ ଏହି ଦେୟ ଛାଡ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.