Latest Odisha News

BREAKING NEWS

ଆଦାନୀ ପାୱାର ଲିମିଟେଡ ଦ୍ୱାରା ଓପିଜିସିର ୪୯% ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଂଜୁରୀ

ନ୍ରୂଆଦିଲ୍ଲୀ: ଅଦାନୀ ପାୱାର ଲିମିଟେଡ (ଏପିଏଲ) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ପ୍ରସ୍ତାବିତ 49 ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି । ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର ଉଭୟ ବମ୍ବେ ଓ ନେସନାଲ ଷ୍ଟକ ଏକ୍ସଚେଞ୍ଜରେ ରହିଛି । ଏପିଏଲ ମୁଖ୍ୟତଃ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛି ।

ଓପିଜିସି ଓଡିଶା ସରକାରଙ୍କର ଏକ ସାର୍ବଜନୀନ କମ୍ପାନୀ ଯାହାକି ଓଡିଶା ସରକାର, ଏଇଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ଏଇଏସ ଓପିଜିସି ହୋଲଡିଙ୍ଗର ମିଳିତ ଉଦ୍ୟୋଗ । ଓପିଜିସି ମଧ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ।

Comments are closed.