Latest Odisha News

BREAKING NEWS

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ବିଜେ କରିବେ ।

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉମାନଙ୍କର ସମସ୍ତ ନୀତି ନିର୍ଘଣ୍ଟ ହୋଇଛି । ଗତକାଲି ଶରଧାବାଲିରେ ପହଞ୍ଚିଥିଲା ତିନି ରଥ । ବିନା ଭକ୍ତରେ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବ ଦିନାତ୍ମକ ଯାତ୍ରାରେ ଆସିଛନ୍ତି କାଳିଆ ଠାକୁର । ଲୀଳାମୟ ଠାକୁରଙ୍କ ଏହି ଅପାର ଲୀଳା ଦେଖିବାକୁ ବଡ଼ଦାଣ୍ଡରେ ନଥିଲେ ଭକ୍ତ ।

ଭାବଭକ୍ତିରେ ରଥପଥ ଭିଜିଥିଲେ ବି ଭକ୍ତଙ୍କ ଚର୍ମଚକ୍ଷୁରେ ରଥଯାତ୍ରା ଦେଖି ପାରି ନଥିଲେ । କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା କରାଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି ।

Leave A Reply

Your email address will not be published.