Latest Odisha News

BREAKING NEWS

ଦ୍ୱିତୀୟ ଦିନରେ ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରୁ କମ୍ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୯୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୩ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ବାହାରିଛନ୍ତି ୧୨୩ ପଜିଟିଭ୍ ।

୨୫ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୭ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ଅଛି ।
ରାଜ୍ୟରେ ୨୪ ଘଣ୍ଟାରେ ୬୨ହଜାର ୪୧୦ କୋଭିଡ୍ ଟେଷ୍ଟ କରାଯାଉଛି । ପଜିଟିଭ୍ ହାର ୩.୦୯ ପ୍ରତିଶତ ରହିଛି ।

କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୪୩ହଜାର ୬୭୫କୁ ବୃଦ୍ଧି ପାଇଛି । ସୁସ୍ତ ହେଲେଣି ୯ଲକ୍ଷ ୧୫ହଜାର ୪୦୦ ସଂକ୍ରମିତ । ଏବେ ରାଜ୍ୟରେ ୨୩ହଜାର ୪୯୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.