Latest Odisha News

ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର

ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁକୂଳ ଆଶ୍ରମ ସଂକ୍ରାନ୍ତରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।

ଏନେଇ ପୂର୍ବରୁ ବିର୍ଲା ଫାଉଣ୍ଡେସନ ସହ ଏମ୍ଓୟୁ ସରିଥିବା ବେଳେ ୨୦୨୪ ବର୍ଷ ଠାରୁ ଆଶ୍ରମରେ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି । ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଏସପି ଡ. କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକ, ବିର୍ଲା ଫାଉଣ୍ଡେସନର ସଦସ୍ୟଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.