Latest Odisha News

BREAKING NEWS

ଅଜବ ବିବାହ: ବିବାହର ୨୪ ଘଣ୍ଟା ଭିତରେ ଛାଡପତ୍ର

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆମ ଦେଶରେ ବିବାହ କୌଣସି ଥଟ୍ଟା କିମ୍ବା ଖେଳ ନୁହେଁ । ଯଦି ଥରେ ବିବାହ ଅନୁଷ୍ଠିତ ହୁଏ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ କରାଯାଏ । ବିଦେଶରେ କିନ୍ତୁ ସେପରି ଦେଖିବାକୁ ମିଳେ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ ବିବାହ ବିଷୟରେ କହିବୁ, ଯେଉଁଠି ଜଣେ ମହିଳା ବିବାହ କରିବାର ମାତ୍ର ୨୪ ଘଣ୍ଟା ନ ପୁରୁଣୁ ଛାଡ଼ପତ୍ର ଦେଇଛନ୍ତି ।

ସୋଫି ମୋରେ । ବୟସ ୨୫ ବର୍ଷ । ନିଜର ବିବାହ ଠିକ୍ ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । କେବଳ ସେତିକି ନୁହେଁ, ବିବାହ ପୋଷାକ ଏବଂ ଅଳଙ୍କାରର ଫଟୋ ମଧ୍ୟ ସେୟାର କଲେ । ଆଉ ବିବାହ କରିବା ପରେ ମଧ୍ୟ ଫଟୋ ସେୟାର କଲେ । ଏହା ଦେଖି ତାଙ୍କର ଅନେକ ଫଲୋଅର୍ସ ଶୁଭେଚ୍ଛା ବି ଜଣାଇଲେ । କିନ୍ତୁ ବିବାହର ୨୪ ଘଣ୍ଟା ନ ପୁରୁଣୁ ସୋଫି ନିଜେ ପୁଣି ସୋସିଆଲ୍ ମିଡିଆରେ ନିଜର ଛାଡ଼ପତ୍ର ନେଇ ସୂଚନା ଦେଲେ । ଏହା ଶୁଣି ତାଙ୍କର ୫ ଲକ୍ଷ ଫଲୋଅର୍ସ ଆଶ୍ଚର୍ଯ୍ୟ ହୋଇଗଲେ । ବିବାହ ଗୋଟେ ଖେଳ କିମ୍ବା ଥଟ୍ଟା ନୁହେଁ ବୋଲି ଅନେକ କଡ଼ା ମନ୍ତବ୍ୟ ଦେବା ଆରମ୍ଭ କଲେ । ପରେ ସୋଫି ଜଣାଇଲେ, ମୁଁ ନିଜେ ନିଜକୁ ବିବାହ କରିଥିଲି । ବର୍ତ୍ତମାନ ଏହାକୁ ପରିଚାଳନା କରିପାରିବି ନାହିଁ । ତେଣୁ ବାଧ୍ୟ ହୋଇ ଛାଡ଼ପତ୍ର ଦେଲି । ପ୍ରଶଂସକମାନେ ସୋଫିଙ୍କ ଏହି ଆତ୍ମ ବିବାହକୁ ପସନ୍ଦ କରି ନ ଥିଲେ ।

ସମାଜରେ ନିଜେ ନିଜକୁ ବିବାହ କରିବାର ଧାରା ଧୀରେ ଧୀରେ ବୃଦ୍ଧି ପାଉଛି । ବିଦେଶୀରେ ମହିଳାମାନେ ଅନ୍ୟ କୌଣସି ସାଥୀ ପରିବର୍ତ୍ତେ ନିଜକୁ ବିବାହ କରିବାକୁ ପସନ୍ଦ କରୁଛନ୍ତି । ପୂର୍ବରୁ ଆମ ଦେଶ ଗୁଜୁରାଟର ଜଣେ ମହିଳା ଏଭଳି ଅଜବ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଏପରି ବିବାହକୁ ସୋଲୋଗେମି କୁହାଯାଏ ।

Leave A Reply

Your email address will not be published.