Latest Odisha News

ଖରା ପାଇଁ ଭତ୍ତା ଗ୍ରହିତାଙ୍କୁ ମିଳିବ ଅତିରିକ୍ତ ୧୦୦ ଟଙ୍କା

ଭୁବନେଶ୍ୱର: ଭତ୍ତା ଗ୍ରହିତା ମାନଙ୍କୁ ରାଜ୍ୟ ସରକାର ଦେବେ ଅତିରିକ୍ତ ୧୦୦ ଟଙ୍କା । ସାମାଜିକ ସହାୟତା କାର୍ଯ୍ୟକ୍ରମ ଆଧାରରେ ରାଜ୍ୟରେ ଭତ୍ତା ପାଉଥିବା ହିତାଧିକରୀ ପାଇବେ ଅତିରିକ୍ତ ଗ୍ରୀଷ୍ମକାଳୀନ ସହାୟତା ।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଭତ୍ତା ହିତାଧିକାରୀମାନେ ଏହି ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପାଇବେ । ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଚଳିତ ମାସ ୧୫ ତାରିଖ ଦିନ ସେମାନଙ୍କ ନିୟମିତ ଭତ୍ତା ସହିତ ପ୍ରଦାନ କରାଯିବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ସୂଚନା ଦେଇଛନ୍ତି ।

Comments are closed.