Latest Odisha News

BREAKING NEWS

ହୀରାକୁଦ ଡ୍ୟାମର ବାମ ଡାଇକରେ ଆରମ୍ଭ ହେବ ଅତିରିକ୍ତ ସ୍ପିଲ୍ ୱେ କାମ

ସମ୍ବଲପୁର: ହୀରାକୁଦରେ ଆରମ୍ଭ ହେବ ଅତିରିକ୍ତ ସ୍ପିଲ୍ ୱେ କାମ । ଏନେଇ ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଞ୍ଚଳ, ବିସ୍ଥାପିତ ହେବାକୁ ଥିବା ଅଞ୍ଚଳ, ସାଇଫନ ଅଞ୍ଚଳ ବୁଲି ଦେଖିଛନ୍ତି । ପୂର୍ବରୁ ଥିବା ଅତିରିକ୍ତ ସ୍କିଲ୍ ୱେ କାମ ଶେଷ ହେବ । ଏଥିପାଇଁ ୮୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ।

ହୀରାକୁଦ ବାମ ପଟରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ । ତେବେ ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ କରାଯିବ । ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ ୱେ ଗେଟ୍ ଗୁଡିକର ସ୍ବୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି । କେନ୍ଦ୍ରୀୟ ଜଳ ଆୟୋଗ ଓ ଡ୍ୟାମ ସୁରକ୍ଷା ସମୀକ୍ଷା ପ୍ୟାନେଲ୍ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

Comments are closed.