Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟ; ଅତିରିକ୍ତ ତହସିଲଦାର, ଆରଆଇଙ୍କୁ ବାଲି-ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ରେଭିନ୍ୟୁ ଇନିସପେକ୍ଟର (ଆରଆଇ) ଗୁରୁତର ଆହତ ହୋଇଛନ୍ତି ।

ଦୁର୍ବୃତ୍ତମାନଙ୍କ ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାର୍ ଶରତ ଚନ୍ଦ୍ର ସ୍ୱାଇଁ, ଆରଆଇ ରାମ ନାରାୟଣ ସାମଲଙ୍କ ସମେତ ପ୍ରଦୀପ କୁମାର ଜେନା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି । ଆହତ ଅଧିକାରୀମାନଙ୍କୁ ନିକଟସ୍ଥ ଭଣ୍ଡାରୀପୋଖରୀ କମ୍ୟୁନିଟି ହେଲଥ ସେଣ୍ଟରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଛାନଭିନ୍ କରିଛି ।

Leave A Reply

Your email address will not be published.