ପୁରୀ: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୭୮୮ ମସିହା ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଗବାନ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ଏହି ତିଥିକୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଭାବେ ପାଳନ କରାଯାଏ । ଶଙ୍କରାଚାର୍ଯ୍ୟ ୪ ବେଦକୁ ଆଧାର କରି ୪ଟି ପୀଠ ନିର୍ମାଣ କରିଥିଲେ । ଋଗବେଦରୁ ପୁରୀ ଗୋବର୍ଦ୍ଧନ ପୀଠର ସୃଷ୍ଟି । ଯର୍ଜୁବେଦରୁ ରାମେଶ୍ୱରମର ଶ୍ରଙ୍ଗେରୀ, ସାମବେଦରୁ ଦ୍ୱାରିକାର ଶାରଦା ମଠ ଓ ଅଥର୍ବବେଦରୁ ବଦ୍ରିନାଥର ଜ୍ୟୋର୍ତିମଠର ପ୍ରସ୍ତୁତି । ଏହି ମଠଗୁଡିକରେ ଶନିବାର ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାରମ୍ପାରିକ ରୀତି ନୀତିରେ ବିଧିବଦ୍ଧ ଭାବେ ପାଳିତ ହୋଇଛି । ଅଳ୍ପାୟୁରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବେଦଜ୍ଞାନ ପ୍ରାପ୍ତ କରିଥିଲେ ।
୮୨୦ ମସିହାରେ ହିମାଳୟରେ ସେ ସମାଧି ନେଇଥିଲେ । କେରଳର କାଲଡ଼ି ଗ୍ରାମରେ ଆଦିଗୁରୁଙ୍କ ଜନ୍ମ କୁହାଯାଏ, ଭଗବାନ ଶିବଙ୍କ କୃପାରୁ ଆଦିଗୁରୁଙ୍କ ଜନ୍ମ ହୋଇଥିଲା । ତାଙ୍କୁ ଯେତେବେଳେ ୩ ବର୍ଷ ବୟସ, ପିତାଙ୍କ ମୃତ୍ୟୁ ହୋଇଥିଲା । । ଏହା ପରେ ତାଙ୍କୁ ୮ ବର୍ଷ ବୟସରେ ଗୁରୁଙ୍କ ଆଶ୍ରମରେ ବେଦଜ୍ଞାନ ପ୍ରାପ୍ତି ହେଲା । ଏହା ପରେ ସେ ଭାରତ ଭ୍ରମଣରେ ବାହାରିଲେ ଏବଂ ଦେଶର ୪ ଭାଗରେ ୪ ପୀଠ ସ୍ଥାପନା କଲେ ! କୁହାଯାଏ, ଶଙ୍କରାଚାର୍ଯ୍ୟ ୩ ଥର ଭାରତ ଭ୍ରମଣ କରିଥିଲେ। । ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଏକତା ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟ ବିଶେଷ ବ୍ୟବସ୍ଥା କରିଥିଲେ !
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.