Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତୁ ତାଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏଥି ପ୍ରତି ଦୃଷ୍ଟି ଦେବାକୁ  ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ ପର୍ଯ୍ୟବେକ୍ଷକଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲଫରେନ୍ସିଂରେ ଆଲୋଚନା କରିଥିଲେ ।
ଶ୍ରମିକମାନଙ୍କର ରାସନ କାର୍ଡ ଥାଉ କି ନ ଥାଉ ସେମାନଙ୍କୁ ରାସନ ଦିଆଯିବ । ଆଗାମୀ ୮ କି ୧୦ ଦିନ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଶ୍ରମିକଙ୍କ କ୍ୱାରେଣ୍ଟାଇନ ସୁବିଧାକୁ ପ୍ରାଥମିକତା ଦେବାକୁ କୁହାଯାଇଛି ।

Leave A Reply

Your email address will not be published.