Latest Odisha News

BREAKING NEWS

ପାରମ୍ପାରିକ ରୀତି ନୀତିରେ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ

ପୁରୀ: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୭୮୮ ମସିହା  ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଗବାନ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ଏହି ତିଥିକୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଭାବେ ପାଳନ କରାଯାଏ । ଶଙ୍କରାଚାର୍ଯ୍ୟ ୪ ବେଦକୁ ଆଧାର କରି ୪ଟି ପୀଠ ନିର୍ମାଣ କରିଥିଲେ । ଋଗବେଦରୁ ପୁରୀ ଗୋବର୍ଦ୍ଧନ ପୀଠର ସୃଷ୍ଟି । ଯର୍ଜୁବେଦରୁ ରାମେଶ୍ୱରମର ଶ୍ରଙ୍ଗେରୀ, ସାମବେଦରୁ ଦ୍ୱାରିକାର ଶାରଦା ମଠ ଓ ଅଥର୍ବବେଦରୁ ବଦ୍ରିନାଥର ଜ୍ୟୋର୍ତିମଠର ପ୍ରସ୍ତୁତି । ଏହି ମଠଗୁଡିକରେ ଶନିବାର ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାରମ୍ପାରିକ ରୀତି ନୀତିରେ ବିଧିବଦ୍ଧ ଭାବେ ପାଳିତ ହୋଇଛି । ଅଳ୍ପାୟୁରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବେଦଜ୍ଞାନ ପ୍ରାପ୍ତ କରିଥିଲେ । ୮୨୦ ମସିହାରେ ହିମାଳୟରେ ସେ ସମାଧି ନେଇଥିଲେ । କେରଳର କାଲଡ଼ି ଗ୍ରାମରେ ଆଦିଗୁରୁଙ୍କ ଜନ୍ମ କୁହାଯାଏ, ଭଗବାନ ଶିବଙ୍କ କୃପାରୁ ଆଦିଗୁରୁଙ୍କ ଜନ୍ମ ହୋଇଥିଲା । ତାଙ୍କୁ ଯେତେବେଳେ ୩ ବର୍ଷ ବୟସ, ପିତାଙ୍କ ମୃତ୍ୟୁ ହୋଇଥିଲା । । ଏହା ପରେ ତାଙ୍କୁ ୮ ବର୍ଷ ବୟସରେ ଗୁରୁଙ୍କ ଆଶ୍ରମରେ ବେଦଜ୍ଞାନ ପ୍ରାପ୍ତି ହେଲା । ଏହା ପରେ ସେ ଭାରତ ଭ୍ରମଣରେ ବାହାରିଲେ ଏବଂ ଦେଶର ୪ ଭାଗରେ ୪ ପୀଠ ସ୍ଥାପନା କଲେ ! କୁହାଯାଏ, ଶଙ୍କରାଚାର୍ଯ୍ୟ ୩ ଥର ଭାରତ ଭ୍ରମଣ କରିଥିଲେ। । ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଏକତା ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟ ବିଶେଷ ବ୍ୟବସ୍ଥା କରିଥିଲେ !

Leave A Reply

Your email address will not be published.