Latest Odisha News

ବିଶ୍ୱକପ କ୍ରିକେଟ ପାଇଁ ଲଂଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଭାରତରେ ଏହା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ବୁଧବାର ବିଶ୍ୱକପ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଲଂଚ କରାଯାଇଛି । ଟିମ ଇଣ୍ଡିଆର ଅଫିସିଆଲ କିଟ ସ୍ପନଶର ଆଦିଦାସ ଏକ ଭିଡିଓ ମଧ୍ୟ ଏ ନେଇ ଶେୟାର କରିଛି । ଏଥିରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଓ ଅନ୍ୟ ଖେଳାଳିମାନେ ନଜର ଆସିଛନ୍ତି । ଲୋକପ୍ରିୟ ଗାୟକ ରଫଦାରଙ୍କ ଗୀତ ୩ କା ଡ୍ରିମ ମଧ୍ୟ ଏହି ଅବସରରେ ମୁକ୍ତିଲାଭ କରିଛିତ । ୧୯୮୩, ୨୦୧୧ ପରେ ଟିମ ଇଣ୍ଡିଆ ପ୍ରଶଂସକଙ୍କ ପାଇଁ ତୃତୀୟ ଥର ବିଶ୍ୱକପ ଜିତିବାକୁ ଯାଉଛନ୍ତି ବୋଲି ଏହି ଗୀତର ଥିମ ରହିଛି ।

କାର୍ଯ୍ୟସୂଚୀ, ପିଚ, ଟିମ ଘୋଷଣା ପରେ ଧିରେ ଧିରେ କ୍ରିକେଟର ଜ୍ୱର ବଢ଼ିବାରେ ଲାଗିଛି । ଏସିଆ କପ ଜିତିବା ପରେ ବିଶ୍ୱକପରେ ମଧ୍ୟ ଭାରତ ଏଥର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି । ୩ କା ଡ୍ରିମ ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଉଛି । ଆଗକୁ ଏହା ଏକ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.