Latest Odisha News

BREAKING NEWS

ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏଥିରେ ପ୍ରଭୁ ହନୁମାନଙ୍କ ଚରିତ୍ର ପାଇଁ ଯେଉଁ ସବୁ ସଂଳାପ ଲେଖାଯାଇଛି ତାକୁ ମଧ୍ୟ ଲୋକେ ବିରୋଧ କରୁଛନ୍ତି । ହେଲେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ହନୁୁମାନଙ୍କୁ ନେଇ ବିବାଦୀୟ ମତ ଦେଇଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ମନୋଜ କହିଛନ୍ତି ଯେ, ବଜରଙ୍ଗବାଲୀ ହନୁମାନ ଭଗବାନ ନୁହନ୍ତି, ସେ ଜଣେ ଭକ୍ତ । ଆମେ ତାଙ୍କୁ ଭଗବାନ କରିଛେ ସତ । କାରଣ ତାଙ୍କ ଭକ୍ତିରେ ସେଭଳି ଶକ୍ତି ଥିଲା । ପ୍ରଥମେ ସଂଳାପକୁ ନେଇ ବିବାଦ ହେଉଥିବା ବେଳେ ଏବେ ମନୋଜଙ୍କ ଏଭଳି ବୟାନକୁ ନେଇ ବିବାଦ ଜୋର ଧରିଛି ।

ଏହି ଫିଲ୍ମରେ ଅଭିନେତା ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିଛନ୍ତି । ରିଲିଜ୍ ହେବା ପରେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମରେ ଅତି ନିମ୍ନମାନର ସଂଳାପ କେତୋଟି ରହିଛି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଫିଲ୍ମକୁ ସାରା ଦେଶରେ ବିରୋଧ କରାଯାଉଛି । ଏମିତି କି ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଉଛି ।

Comments are closed.