Latest Odisha News

BREAKING NEWS

ଟ୍ରକ ଡ୍ରାଇଭରଙ୍କ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ ହେବ-ନୀତିନ ଗଡକରୀ

ନୂଆଦିଲ୍ଲୀ: ଟ୍ରକ  ଡ୍ରାଇଭରଙ୍କ କ୍ୟାବିନରେ ଏସି ଲଗାଇବା ହେବ ବାଧ୍ୟତାମୂଳକ । ଖୁବ ଶୀଘ୍ର ପ୍ରତି ଟ୍ରକରେ ଏସି ଲାଗିବ । ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ।

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ଅଟୋ ଇଣ୍ଡଷ୍ଟ୍ରୀ କାର୍ଯ୍ୟକମରେ ଯୋଗ ଦେଇ କହିଛନ୍ତି, ପ୍ରତ୍ୟେକ ଟ୍ରକର ଡ୍ରାଇଭର କମ୍ପାର୍ଟମେଣ୍ଟରେ ଏସି ବାଧ୍ୟତାମୂଳକ କରାଯିବ । ଏ ସଂକ୍ରାନ୍ତ ଫାଇଲରେ ସେ ଦସ୍ତଦଖତ କରି ଆସିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଡ୍ରାଇଭରମାନେ ୪୩ରୁ ୪୭ ଡିଗ୍ରୀ ତାପମାତ୍ରୀରେ ଅଟୋ ଚଲଉଛନ୍ତି । ଏତେ ତାପମାତ୍ରାରେ ଗାଡି ଚଳାଇବା କେତେ କଷ୍ଟ ଆମେ ଅନୁମାନ କରିପାରୁଛି । ମନ୍ତ୍ରୀ ହେଲେ ଏହି ପ୍ରସ୍ତାବ ଆଣିବି ବୋଲି ସ୍ଥିର କରିଥିଲି । ହେଲେ ଏହା ଦ୍ୱାରା ଟ୍ରକ ଦାମ ବଢି ଯିବ ବୋଲି କହି କିଛି ଲୋକ ଏହାକୁ ବିରୋଧ କରିଥିଲେ । ହେଲେ ଟ୍ରକ କ୍ୟାବିନ ଏସି ହେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଏବଂ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ନୀତିନ କହିଛନ୍ତି, ଭାରତରେ  ଡ୍ରାଇଭରଙ୍କ ସଂଖ୍ୟା ବହୁତ କମ ରହିଛି । ଫଳରେ ଜଣେ ଟ୍ରକ ଚାଳକଙ୍କୁ୧୪ରୁ ୧୬ ଘଣ୍ଟା କାମ କରିବାକୁ ପଡୁଛି । ଅନ୍ୟଦେଶମାନଙ୍କରେ ଏପରି ଦୀର୍ଘ ସମୟ ଗାଡି ଚଳାଇବା ଉପରେ କଟକଣା ଜାରି କରାଯାଇଛି ।

ତେବେ ମନ୍ତ୍ରୀ ଏସି ଲାଗିବା ପାଇଁ ଡେଡ ଲାଇନ ଜାରି କରିନାହାନ୍ତି । ତେବେ ୨୦୨୫ ସୁଦ୍ଧା ସବୁ ଟ୍ରକରେ ଏସି ଲାଗିବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.