Latest Odisha News

BREAKING NEWS

ଜୁନ୍ ୧୬ରେ ରିଲିଜ୍ ହେବ ‘ଆଦିପୁରୁଷ’ : ଦିନରାତି ସୁଟିଂ କରୁଛନ୍ତି ଅଭିନେତ୍ରୀ କ୍ରିତି ସାନନ୍‌

ବଲିଉଡ଼: ବଲିଉଡ଼ ଫିଲ୍ମ ‘ଆଦିପୁୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଏଥିସହ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ କ୍ରିଉ’ର ସୁଟିଂ ମଧ୍ୟ କରୁଛନ୍ତି । କ୍ରିତି ଏବେ ଦିନ ରାତି କାମ କରୁଥିବା ନଜର ଆସିଛନ୍ତି ।

ଏନେଇ କ୍ରିିତି କହିଛନ୍ତି ଯେ, ଆଗକୁ ମୋର ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବାକୁ ଯାଉଛି । ସେଥିଲାଗି ମୁଁ ଦିନରେ ଏହି ଫିଲ୍ମ ପାଇଁ କାମ କରୁଛି । ଏଥିସହ ଆଗାମୀ ଫିଲ୍ମ ‘ଦ କ୍ରିଉ’ର ସୁଟିଂ ମୁଁ ରାତିରେ କରୁଛି । ଏହି ଫିଲ୍ମରେ କରିନା କପୁର ଓ ତବୁ ଅଭିନୟ କରୁଛନ୍ତି । ଆଉ ତାଙ୍କ ସହିତ କାମ କରିବା ଛୋଟ କଥା ନୁହେଁ । ତେଣୁ ମୁଁ ମୋ କାମକୁ ଭଲ କରିବାକୁ ଚେଷ୍ଟା କରୁଛି । ଏନେଇ କ୍ରିତି ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରିଛନ୍ତି ।

କ୍ରିତି କହିଛନ୍ତି ଯେ, ମୁଁ ଏବେ ପ୍ରତ୍ୟେକ ଦିନ ଭୋର ସାଢେ ୪ଟାରେ ସୁଟିଂରୁ ଘରକୁ ଫେରୁଛି । ଦୁଇଟି ଫିଲ୍ମ ପାଇଁ କାମ କରୁଥିବାରୁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି । ପ୍ରତ୍ୟେକ ଦିନ ରାତି ଅନିଦ୍ରା ହୋଇ କାମ କରିବା ବହୁତ କଷ୍ଟକର । ଆଉ ‘ଦ କ୍ରିଉ’ ଫିଲ୍ମରେ ମୋତେ ଦର୍ଶକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ । ଏହି ଫିଲ୍ମକୁ ନେଇ ମୁଁ ବହୁତ ଖୁସି ଅଛି । କାରଣ ମୋତେ କରିନା କପୁର ଓ ତବୁଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି । ମୁଁ ଉଭୟଙ୍କର ଜଣେ ବଡ଼ ପ୍ରଶଂସକ ।

Leave A Reply

Your email address will not be published.