Latest Odisha News

BREAKING NEWS

‘Project Basketry’: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’; ଲୋକଙ୍କ ଜୀବିକାକୁ କରୁଛି ସୁଦୃଢ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍‍ଜିଓ ଅପ୍‍ହୋଲ୍ଡ ଆର୍ଥ ସହଯୋଗୀତାରେ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଅଭିଯାନ ଚଳାଇଛି।

ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲାର ଲାଉମାଳ ଏବଂ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକରେ ପାରମ୍ପରିକ ବାଉଁଶ ହସ୍ତଶିଳ୍ପର ପୁନରୁଦ୍ଧାର ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ନିମନ୍ତେ ସ୍ଥିର ଆୟକାରୀ ସୁଯୋଗଗୁଡିକ ସୃଷ୍ଟି କରିବାକୁ ଚାହୁଁଛି।

ପ୍ରୋଜେକ୍ଟ ବାସ୍କେଟ୍ରିର ମୂଳ ଲକ୍ଷ୍ୟ ହେଉଛି ଅତ୍ୟାବଶକ ସମ୍ବଳ ଏବଂ ଦକ୍ଷତା ସହିତ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା। ଏହି ପ୍ରୟାସ ଅଧୀନରେ ଏକ ନବୀକରଣଯୋଗ୍ୟ ଏବଂ ପରିବେଶ ଅନୁକୂଳ ସମ୍ବଳ ଭାବରେ ବାଉଁଶ ଚାଷକୁ ଉତ୍ସାହିତ କରିବାକୁ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ବାଉଁଶ ଚାରା ବଣ୍ଟନ କରାଯାଉଛି। କାରିଗର ମାନଙ୍କୁ ସେମାନଙ୍କର ନିଜର ବାଉଁଶ ଚାଷ କରିବା ନିମନ୍ତେ ସମର୍ଥ କରାଇ ଏହି ପ୍ରକଳ୍ପ କଞ୍ଚାମାଲ ଯୋଗାଣର ନିରନ୍ତର ଯୋଗାଣ ସୁନିଶ୍ଚିତ କରାଇବା ସହିତ ଦୀର୍ଘସୂତ୍ରୀ ଜୀବିକା ଉପାର୍ଜନରେ ସ୍ଥିରତା ଏବଂ ଆତ୍ମନିର୍ଭରତା କୁ ପ୍ରତିପାଳନ କରୁଛି।

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ହେଡ୍‍ ଅଫ ମାଇନିଂ ବିଜିନେସ୍‍ ଏବଂ ସମ୍ବଲପୁର କ୍ଲଷ୍ଟର ହେଡ୍‍ କୈଳାସ ପାଣ୍ଡେ କହିଥିଲେ, “ପ୍ରୋଜେକ୍ଟ ବାସ୍କେଟ୍ରି ପରିବେଶଗତ ଦାୟିତ୍ୱ ନିର୍ବାହ ସହିତ ସମାବେଶୀ ଅଭିବୃଦ୍ଧି” ନିମନ୍ତେ ଆଦିତ୍ୟ ଆଲୁମିନିୟମ ର ଦୂରଦୃଷ୍ଟିକୁ ପାଳନ କରୁଛି। ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରି ଏବଂ ପାରମ୍ପରିକ କାରିଗରୀକୁ ପୁନଃସୁଦୃଢ କରି କମ୍ପାନୀ ଦକ୍ଷତା, ସୃଜନଶୀଳତା ଏବଂ ଆତ୍ମନିର୍ଭରତା ଆଧାରିତ ମଜଭୁତ ସମୁଦାୟ ନିର୍ମାଣ କରୁଛି।” କାରିଗରୀଭିତ୍ତିକ ଦକ୍ଷତାକୁ ମଜଭୁତ କରିବା ନିମନ୍ତେ ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଲାଉମାଳ ଗ୍ରାମରେ ବାଉଁଶ ହସ୍ତଶିଳ୍ପ ପ୍ରସ୍ତୁତି ଉପରେ ୪୦ ଦିବସୀୟ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ୨୦୨୫ ସେପ୍ଟେମ୍ବର ୧୨ରେ ଆରମ୍ଭ ହୋଇଥିବା ବେଳେ ଲଣ୍ଡ୍ରି ଝୁଡି, କାଗଜ ଝୁଡି ଏବଂ ବାସ୍କେଟ ଆଦି ବ୍ୟବହାରିକ ଉତ୍ପାଦଗୁଡିକର ଡିଜାଇନ ଏବଂ ପ୍ରସ୍ତୁତି ଉପରେ ଦୃଷ୍ଟିନିବଦ୍ଧ କରିଥିଲା। ଅଭିଜ୍ଞ ତାଲିମଦାତା ମାନେ କଞ୍ଚାମାଲ ପ୍ରସ୍ତୁତି ଏବଂ ଡିଜାଇନ ଠାରୁ ନେଇ ପରିକଳ୍ପନା ଓ ଉତ୍ପାଦ ଫିନିଶିଂ ତଥା ବଜାର ସଂଯୋଗୀକରଣ ପର୍ଯ୍ୟନ୍ତ ସମୁଦାୟ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟ ଜରିଆରେ ଅଂଶଗ୍ରହଣକାରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ଉଦ୍‍ଘାଟନୀ ତାଲିମ କାର୍ଯ୍ୟକ୍ରମରେ ମୋଟ ୧୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଉକ୍ତ ମହିଳାମାନେ ସମ୍ମିଳିତ ଭାବରେ ୧୩୫୦ ବାଉଁଶ ଉତ୍ପାଦ ପ୍ରସ୍ତୁତ କରିବା ସହିତ ବିକ୍ରି କରିଥିଲେ।

ସେଥିରୁ ମୋଟ ୧,୭୧,୮୭୦ ଟଙ୍କା ଉପାର୍ଜନ କରାଯାଇଥିଲା। ଏହି ସଫଳତା ସେମାନଙ୍କର ବର୍ଦ୍ଧିତ କାରିଗରୀ ଓ ଆସ୍ଥାଭାବକୁ ପ୍ରତିଫଳିତ କରିବା ସହିତ ବାଉଁଶଭିତ୍ତିକ ଅଣୁ ଉଦ୍ୟୋଗଗୁଡିକର ତୃଣମୂଳ ସ୍ତରରେ ବାଣିଜ୍ୟିକ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲା ବୋଲି କୈଳାସ ପାଣ୍ଡେ ଉଲ୍ଲେଖ କରିଥିଲେ।

ଏହି ସଫଳତାରେ ଆଦିତ୍ୟ ଆଲୁମିନିୟମର ସିଏସ୍‍ଆର ଟିମ୍‍ ଚଳିତ ଆର୍ଥିକ ବର୍ଷରେ ପ୍ରୋଜେକ୍ଟ ବାସ୍କେଟ୍ରିକୁ ରେଙ୍ଗାଳି ବ୍ଲକ୍‍ର ଅନେକ ଗ୍ରାମରେ ୧୫ରୁ ୧୦୦ ଗ୍ରାମୀଣ ମହିଳାଙ୍କୁ ସାମିଲ କରିବା ନିମନ୍ତେ ଏକ ଆକାଂକ୍ଷୀ ଲକ୍ଷ୍ୟ ସ୍ଥାପନ କରିଛି ।

ଏହାର ବିସ୍ତାରିତ ଦୂରଦୃଷ୍ଟି ହେଉଛି ରେଙ୍ଗାଳିକୁ ‘ବାଉଁଶ କାରିଗରୀର କ୍ଲଷ୍ଟର’ ଭାବରେ ବିକଶିତ କରିବା ଏବଂ ସ୍ଥାନୀୟ

କାରିଗରମାନଙ୍କର ପରିପୋଷଣ କରୁଥିବା ସ୍ୱାବଲମ୍ବୀ ପରିବ୍ୟବସ୍ଥା ସୃଷ୍ଟି, ବଜାର ସଂଯୋଗୀକରଣକୁ ମଜଭୁତ କରିବା ଏବଂ ଉକ୍ତ ଅଞ୍ଚଳକୁ ପରିବେଶ ଅନୁକୂଳ ବାଉଁଶ ଉତ୍ପାଦଗୁଡିକ ନିମନ୍ତେ ପ୍ରତିଷ୍ଠିତ କରାଇବା।

ପ୍ରୋଜେକ୍ଟ ବାସ୍କେଟ୍ରି ଜରିଆରେ ଆଦିତ୍ୟ ଆଲୁମିନିୟମ ପରିବେଶ ସଂରକ୍ଷଣ ସହିତ ଜୀବିକା ଉପାର୍ଜନ ମଧ୍ୟ ସଂହତି ସ୍ଥାପନ କରୁଥିବା ଏକ ଆବର୍ତ୍ତୀ ଓ ଦୀର୍ଘସ୍ଥାୟୀ ମଡେଲକୁ ପ୍ରୋତ୍ସାହିତ କରୁଛି। ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ସମାଜ ପ୍ରତି ଅବଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି।

ସେହିପରି ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ନେତୃତ୍ୱରେ ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା। ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର୍ୟ ନିରାକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନଏସ୍‍ଡିଜିର ଲକ୍ଷ୍ୟସମୂହ ମୁତାବକ ହୋଇଛି।

 

Comments are closed.