ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍ପେନ୍ସ । ତାଙ୍କୁ ହତ୍ୟା କରଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରୁ ପରଦା ଉଠିନି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ।
କ୍ରାଇମବ୍ରାଂଚର ଧୀମା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ଆସୁଛି ବୋଲି ପୁପୁଲସ ଫର ସେବା ସଦସ୍ୟ ଅଭିଯୋଗ ଉଠାଇଛନ୍ତି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଆଦିତ୍ୟ ତଥା ପିପୁଲସ୍ ଫର ସେବାର ସମସ୍ତ ସଦସ୍ୟ ତଥା ବିଦ୍ୟାଶ୍ରୀଙ୍କ ଗତ ୬ ମାସର କଲ୍ ରେକର୍ଡିଂ ଓ ସିସିଟିଭି ଫୁଟେଜ ଅନୁଧ୍ୟାନ କଲେ ସତ କଣ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ।
Comments are closed.