Latest Odisha News

BREAKING NEWS

ଡିସେମ୍ବରରେ ବାହା ହେବେ ଆଦିତ୍ୟ; ବିବାହ ପ୍ରସ୍ତୁତି ପାଇଁ ସୋସିଆଲ୍‌ ମିଡିଆରୁ ଏବେଠୁ ନେଲେଣି ବ୍ରେକ୍

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଖୁବ୍‌ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏ ନେଇ ଆଦିତ୍ୟ ନିଜେ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ୍‌ ମିଡିଆରେ ଜରିଆରେ ଦେଇଛନ୍ତି। ସେ କେବେ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବେ ବୋଲି ସେ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ସେ ବିବାହ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସୋସିଆଲ ମିଡିଆରୁ ବିରତି ନେଇଛନ୍ତି।

ଆଦିତ୍ୟ ନାରାୟଣ ଶ୍ୱେତାଙ୍କ ସହ ଫଟୋ ସେୟାର କରି ଏକ ପୋଷ୍ଟ ଲେଖିଛନ୍ତି, ଯେ ଆମେ ବିବାହ କରୁଛୁ। ମୁଁ ଦୁନିଆର ସବୁଠୁ ଭାଗ୍ୟବାନ ପୁଅ , ୧୧ ବର୍ଷ ପୂର୍ବେ ଶ୍ୱେତାଙ୍କ ସହ ମୋର ଦେଖା ହୋଇଥିଲା ଏବଂ ପ୍ରେମ ଆରମ୍ଭ ହୋଇଥିଲା ଏବଂ ଆମେ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଛୁ। ବିବାହ ପ୍ରସ୍ତୁତି ପାଇଁ ସୋସିଆଲ ମିଡିଆରୁ କିଛି ସମୟ ପାଇଁ ବିରତି ନେଉଛି। ଡିସେମ୍ବରରେ ଦେଖା ହେବ।

Leave A Reply

Your email address will not be published.