Latest Odisha News

ରାଜ୍ୟରେ କରୋନା ନେଲାଣି ୧, ୩୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ଆକି ବୁଜିଛନ୍ତି ଆଉ ୩ ସଂକ୍ରମିତ ।

ଭୁବନେଶ୍ୱରରୁ ଆଉ ୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ୩୬୪କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୪୬% ।

Leave A Reply

Your email address will not be published.