ଫ୍ରାନ୍ସ ଦଙ୍ଗା ନିୟନ୍ତ୍ରଣ ପାଇଁ ଆଦିତ୍ୟନାଥଙ୍କୁ ପଠାଇବା ଟୁଇଟ ଉପରେ ପ୍ରତିକ୍ରିୟା ରଖିଲା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ
ଲକ୍ଷ୍ନୌ: ଫ୍ରାନ୍ସରେ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଦଙ୍ଗ ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରନ ଦଙ୍ଗା ନୟନ୍ତ୍ରଣ କରିବାରେ ଏକ ପ୍ରକାର ବିଫଳ ହୋଇଛନ୍ତି । ଏପରି ପରିସ୍ଥିତିରେ ୟୁରୋପର ଜଣେ ଡାକ୍ତର ତଥା ପ୍ରଫେସର ଏମ.ଜନ କୈମ ଫ୍ରାନ୍ସ ଦଙ୍ଗା ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ୟାରିସ ପଠାଇବା ପାଇଁ ଭାରତକୁ ଅନୁରୋଧ କରି ଟୁଇଟ କରିଥିଲେ । ସେ ତାଙ୍କ ଟୁଇଟରେ ଲେଖିଥିଲେ, ’ଫ୍ରାନ୍ସର ଦଙ୍ଗା ସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ଉଚିତ । ସେ ୨୪ ଘଣ୍ଟା ଭିତରେ ସବୁ କିଛି ଠିକ କରିଦେବେ ।’
ଡାକ୍ତର ଏମ.ଜନ.କୈମଙ୍କ ଟୁଇଟର ଉତ୍ତର ରଖିଛି ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ ଟୁଇଟର ଏହାର ଉତ୍ତର ଦେଇ କହିଛି, ଯେତେବେଳେ ଚରମପନ୍ଥୀ ଦଙ୍ଗାକୁ ବ୍ୟାପକ କରାନ୍ତି ସେତେବେଳେ ଅରାଜକତା ଦେଖାଦିଏ । ପୃଥିବୀର ଯେଉଁ ସ୍ଥାନରେ ଏପରି ଘଟଣା ଘଟେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରି ସ୍ଥିତିରେ ଯୋଗୀ ମଡେଲକୁ ଖୋଜନ୍ତି ।’
Whenever extremism fuels riots, chaos engulfs and law & order situation arises in any part of the globe, the World seeks solace and yearns for the transformative “Yogi Model” of Law & Order established by Maharaj Ji in Uttar Pradesh. https://t.co/xyFxd1YBpi
— Yogi Adityanath Office (@myogioffice) July 1, 2023
ଏହି ରିଟୁଇଟ ପରେ ୟୁପି ଭାଜପା ପ୍ରବକ୍ତା ରାକେଶ ତ୍ରିପାଠୀ ଏକ ଭିଡିଓ ସେୟାର କରି କହିଥିଲେ, ସମୟ ଥିଲା ଉତ୍ତର ପ୍ରଦେଶର ପ୍ରତି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଉଥିଲା । ପ୍ରତି ଜାଗାରେ ଦଙ୍ଗା ହେଉଥିଲା । ହେଲେ ଯୋଗୀ ଆଦିତ୍ୟନାଥ ଆସିବା ଦିନରୁ ଦଙ୍ଗକାରୀମାନଙ୍କୁ ଦେଖିବାକୁ ମିଳୁନି ।’
ଏପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉତ୍ତର ଦେଖି ବିଷୋଦଗାର କରିଛନ୍ତି ଅଶାଦୁଦ୍ଦିନ ଓୱେସୀ । ସେ କହିଛନ୍ତି ‘ଯୋଗୀ ମଡେଲର ନମୁନା ଆମେ ଲକ୍ଷ୍ମୀପୁର ଖେରୀ ଏବଂ ହାଥରସରେ ଦେଖିଛୁ ।’
भाई, भाई, भाई! फिरंगियों की तारीफ़ के इतने भूके हैं की किसी फर्जी अकाउंट के ट्वीट से खुश हो रहे हैं?! झूठे एनकाउंटर, ग़ैर-क़ानूनी बुलडोज़र कार्यवाही और कमज़ोरों को निशाना बनाना कोई परिवर्तनकारी नीति नहीं है, ये जम्हूरियत का विनाश है। “योगी माडल” का सच तो हमने लखीमपुर खीरी और… https://t.co/UV0S3jcWrB
— Asaduddin Owaisi (@asadowaisi) July 1, 2023
ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି । ତଥାପି ହିଂସା ଥମୁନି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୬୫ ଜଣଙ୍କୁ ପୋଲିସ ଗିରଫ କରି ନେଲାଣି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୨୦୦ ପୋଲିସ କର୍ମଚାରୀ ଆହତ ହେଲେଣି ।
ରାଷ୍ଟ୍ରପତି ଇମୈନୁଏଲ ମୈକ୍ରନ ଶୁକ୍ରବାର ପିତାମାତାଙ୍କୁ କିଶୋର ପିଲାମାନଙ୍କୁ ଘରେ ରଖିବା ପାଇଁ ନିବେଦନ କରିବା ସହ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ରଖିଛନ୍ତି ।
Comments are closed.