Latest Odisha News

ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସାରଦା ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାରଦା ପସନ୍ନ ମହାନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ଆରବିଆଇର ଭୁବନେଶ୍ୱର କାର୍ଯ୍ୟାଳୟ ସହ ମୁଖ୍ୟାଳୟ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟ କରି ସଫଳତା ପାଇଛନ୍ତି ।

ବ୍ୟାଙ୍କିଂ କ୍ଷେତ୍ରରେ ସାରଦା ପ୍ରସନ୍ନ ମହାନ୍ତିଙ୍କ ଭରପୂର ଅଭିଜ୍ଞତା ରହିଛି । ପରିଚାଳନା, ପର୍ଯ୍ୟବେକ୍ଷଣ, ସୂଚନା ପ୍ରଯୁକ୍ତିବିଦ୍ୟା, ମୁଦ୍ରା ପରିଚାଳନା ଓ ମାନବ ସମ୍ବଳ ବିକାଶରେ ସେ ସିଦ୍ଧହସ୍ତ । ଶ୍ରୀ ମହାନ୍ତି ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଆରବିଆଇର ପ୍ରତିନିଧିତ୍ୱ କରିଛନ୍ତି । ଆମେରିକା, ସ୍ୱିଜରଲ୍ୟାଣ୍ଡ, ୟୁକ୍ରେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ସିଙ୍ଗାପୁରରେ ଆରବିଆଇର ପ୍ରତିନିଧିତ୍ୱ କରିଛନ୍ତି ।

ଓୟୁଏଟି ଓ ଆଇଆଇଏମ୍ ବେଙ୍ଗଳୁରୁରୁ ପାଠ ପଢ଼ିଥିବା ଡକ୍ଟର ସାରଦା ମହାନ୍ତି ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଇନ୍ ଇଣ୍ଡିଆରେ ପିଏଡି କରିଛନ୍ତି । ଆମେରିକାର ଟେକ୍ସାସ୍ ଅଷ୍ଟିନ୍ ବିଶ୍ୱବିଦ୍ୟାଳୟରୁ ଡାଟା ଆନାଲିଷ୍ଟ ଭାବେ ଆଡଭାନ୍ସ ଡିଗ୍ରୀ ହାସଲ କରିଛନ୍ତି ।

Leave A Reply

Your email address will not be published.