Latest Odisha News

BREAKING NEWS

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଘାଟନ ହେଲା ଆଦିବାସୀ ମେଳା ୨୦୨୬ । ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ଜୀବନ, ଜୀବିକା, ମୌଳିକ ସମସ୍ୟା ଦୂର କରିବାକୁ ଫୋକସ୍ କରାଯିବ। ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। କେବଳ ବଣ ଜଙ୍ଗଲ ନୁହେଁ, ଉନ୍ନତି ମଙ୍ଗ ଧରିବେ ଆଦିବାସୀ। ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ। ନିଜ ଅଧିକାର ବିଷୟରେ ଅବଗତ ହୁଅନ୍ତୁ।

ଆଦିବାସୀ ମେଳା ରେ ଆଦିବାସୀ ଦ୍ଵାରା ଉତ୍ପାଦିତ ଓରିଜିନାଲ ପ୍ରଡକ୍ଟ ମିଳୁଛି। ସମସ୍ତେ ବ୍ୟବହାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏଥିସହ କୋରାପୁଟ କଫିକୁ ପ୍ରଶଂସା କରିଥିଲେ। ଗତ ବର୍ଷ ୯ କୋଟି ବ୍ୟବସାୟ ହୋଇଥିବା ବେଳେ ଏଥର ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଅପରାହ୍ନ ୨ଟା ୩୦ରୁ ରାତି ୯ଟା ଯାଏ ମେଳା ବୁଲି ହେବ ।  ଆଦିବାସୀ ହାଟ, ଆଦିବାସୀ କଳାକୃତି ଓ ହସ୍ତଶିଳ୍ପକୁ ନେଇ ସମନ୍ୱିତ ଉନ୍ନୟନ ସଂସ୍ଥାକୁ ୨୩, ମ୍ୟାନେଜ୍‌ମେଣ୍ଟ ପ୍ଲାନ ଅଞ୍ଚଳ ଓ ସରକାରୀ ସଂସ୍ଥାକୁ ୨୦ଟି ଷ୍ଟଲ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.