ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୧ ଉଦ୍ଘାଟିତ ହୋଇଯାଇଛି ।
ଓଡ଼ିଶାର ସଂସ୍କୃତି, ଜାତୀୟତା ଓ ଅସ୍ମିତା ନିର୍ମାଣରେ ଜନଜାତିଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଜନଜାତି ଭାଇଭଉଣୀଙ୍କର ଉତ୍ପାଦିତ ସାମଗ୍ରୀର ଚାହିଦା ରହିଛି । ସର୍ବସାଧାରଣ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାର୍କେଟିଂ ମାଧ୍ୟମରେ
ଜିନିଷପତ୍ର କିଣିପାରିବେ । ସମସ୍ତଙ୍କୁ କୋଭିଡ୍ କଟକଣା ମାନିବା ପାଇଁ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାରକା ଅନୁରୋଧ କରିଥିଲେ ।
ଆଦିବାସୀ ମେଳା ଜନଜାତିଙ୍କର ଅର୍ଥନୀତି ସହିତ ଜଡ଼ିତ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତା ଉଚ୍ଚମାନର । ଘରେ ବସି ଇ-ମାର୍କେଟିଂ ଦ୍ୱାରା ଜନାଜତି ସାମଗ୍ରୀ କିଣିପାରିବେ । ଉଭୟ ପ୍ରତ୍ୟକ୍ଷ ଓ ଭର୍ଚୁଆଲ୍
ମୋଡ୍ର ସମ୍ମିଶ୍ରଣରେ ହେଉଥିବା ଏହି ମେଳା ନୂତନ ପ୍ରକାରର ଦିଗ୍ଦର୍ଶନ ଦେବ ବୋଲି କହିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା।
ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ତଥା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । କେବଳ ୯୦ଟି ଷ୍ଟଲ ମାଧ୍ୟମରେ ବିକି୍ରବଟାର ସୁବିଧା କରାଯାଇଛି ।ସୁରକ୍ଷା ଦୃଷ୍ଟିକୋଣରୁ ତଥା ଭିଡ଼ରୁ ରକ୍ଷା ପାଇବାକୁ ଇଚ୍ଛୁକ ପରିଦର୍ଶକ ମେଳା ୱେବସାଇଟ http://adivasimela2021.com ମାାଧ୍ୟମରେ ପଂଜୀକରଣ କରୁଛନ୍ତି ।
ଯେଉଁମାନେ ଅନ୍ଲାଇନ୍ରେ ପଂଜୀକରଣ କରିନଥିବେ ସେମାନେ ମେଳାର ଗେଟ୍ ପାଖରେ ରେଜିଷ୍ଟ୍ରେସନ୍ କରି ମେଳା ମଧ୍ୟକୁ ପ୍ରବେଶ କରିପାରିବେ । ଭର୍ଚୁଆଲ୍ ମୋଡ୍ରେ ଦର୍ଶକମାନେ ଜନଜାତିଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ଜ୍ଞାନର
ଆଦାନପ୍ରଦାନ, ଜନଜାତି କଳା, ସ୍ଥାପତ୍ୟ ଆଦି ଦେଖିବା ସହ ସାମଗ୍ରୀ ଇ-ମାର୍କେଟିଂ ମାଧ୍ୟମରେ କ୍ରୟ କରିପାରିବେ ।
ମେଳାରେ ସାନିଟାଇଜର, ଥର୍ମାଲ୍ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ପ୍ରବେଶ ଦ୍ୱାରକୁ ଅଧିକ ପ୍ରଶସ୍ତ କରାଯାଇ ଯେପରି ତିନିଧାଡିରେ ଦର୍ଶକ ଯାଇପାରିବେ, ସେପରି ବ୍ୟବସ୍ଥା କରାଯାଇଛି । ମେଳା ପରିସରକୁ ୱାଇଫାଇରେ ସଂଯୁକ୍ତ କରାଯାଇଛି ।
ପ୍ରତ୍ୟହ ସନ୍ଧ୍ୟାରେ ଦର୍ଶକମାନେ ଭର୍ଚୁଆଲ୍ ମୋଡ୍ରେ ଜନଜାତିଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିପାରିବେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଆଦିବାସୀ ମେଳା ପ୍ରତିଦିନ ୧୧ଟାଠାରୁ ୭ଟା ପର୍ଯ୍ୟନ୍ତ ଖୋଲାରହିବ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
Comments are closed.