Latest Odisha News

BREAKING NEWS

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ ଜାମନଗରରେ ଅବତରଣ କରିଛି ଯୁଦ୍ଧ ବିମାନ ରାଫେଲ ।

ଭାରତରେ ୩ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚିବା ପରେ ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁସେନା । ୨୦୧୬ ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ମିଳିଥିଲା । ଆଉ ଏବେ ଆଉ ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଛି । ଆସନ୍ତା ମାର୍ଚ୍ଚ ଓ ଏପ୍ରିଲରେ ଭାରତକୁ ଆହୁରି ରାଫେଲ ଯୁଦ୍ଧ ବିମାନ ଯୋଗାଇବ ଫ୍ରାନ୍ସ ।

Leave A Reply

Your email address will not be published.