ଜୁନିୟର୍ ଏନ୍ଟିଆର୍ ପିନ୍ଧିଥିବା ମୁସଲିମ୍ ଟୋପିକୁ ନେଇ ତେଜିଲା ବିବାଦ; ବିରୋଧ ପ୍ରଦର୍ଶନ କଲେ ଆଦିବାସୀ ଗୋଷ୍ଠୀ
ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ଟିଜର ଦୁଇ ଦିନ ପୂର୍ବରୁ ରିଲିଜ୍ ହୋଇଛି। ଏଥିରେ ଜୁନିଅର ଏନ୍ଟିଆର୍ଙ୍କ ଚରିତ୍ର ଉନ୍ମୋଚନ ହୋଇଛି। ଏଥିରେ ସେ ଆଦିବାସୀ କିମ୍ବଦନ୍ତୀ କୋମାରାମ ଭୀମଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଟିଜରରେ କୋମାରାମ ଭୀମଙ୍କୁ ଧଳା କୁର୍ତ୍ତା ଏବଂ ମୁସଲିମ୍ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ଏ ନେଇ ଆଦିବାସୀମାନେ ଏ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି।
‘ଆର୍ଆର୍ଆର୍’ ଚଳଚ୍ଚିତ୍ର କୋମାରାମ ଭୀମ ଏବଂ ଅଲୁରୀ ସୀତାରାମ ରାଜୁଙ୍କ ପରି ଆଦର୍ଶ ବ୍ୟକ୍ତିବିଶେଷଙ୍କ ଉପରେ ନିର୍ମିତ ହୋଇଛି ଏବଂ ସେମାନଙ୍କ ସମୟରେ ଥିବା ସାମାଜିକ-ଆର୍ଥିକ ପରିସ୍ଥିତି ବିଷୟରେ ଏଥିରେ ଦର୍ଶାଯାଇଛି। ଅନେକ ଆଦିବାସୀ ଗୋଷ୍ଠୀ କୋମାରାମ ମୁସଲମାନ ଟୋପି ପିନ୍ଧିଥିବାରୁ ବିରୋଧ ପ୍ରଦର୍ଶନ କରିଛନ୍ତି। ଲୋକମାନେ କହିଛନ୍ତି ଯେ କୋମାରାମ ଭୀମ ନିଜାମଙ୍କ ସୈନ୍ୟବାହିନୀ ସହିତ ଜଳ, ଜଙ୍ଗଲ ଏବଂ ଜମି ଅଧିକାର ପାଇଁ ଲଢେଇ କରିଥିଲେ।
Comments are closed.