Latest Odisha News

ସୁଶୀଲ ମୋଦିଙ୍କୁ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ !

ପାଟନା: ବିହାର ନିର୍ବାଚନରେ ଧିରେ ଧିରେ ଆରୋପ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି । ବିଭିନ୍ନ ସର୍ଭେରେ ଏନଡିଏ ଆଗୁଆ ରହୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଆକ୍ରମଣାତ୍ମକ ମୁଡକୁ ଆସି ଯାଇଛି । ରବିବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକ ଚାଂଚଲ୍ୟକର ଅଭିଯୋଗ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଣିଛନ୍ତି ।

ସେ କହିଛନ୍ତି ମୋତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ । ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ ସେ ଧଳା ପୋଷାକ ପିନ୍ଧିବା ବନ୍ଦ କରି ଦେଇଥିଲେ । ତନ୍ତ୍ର ସାଧକ ଶଙ୍କର ଚରଣ ତ୍ରିପାଠୀଙ୍କୁ ସେ ଆରଜେଡିର ପ୍ରବକ୍ତା ଭାବେ ନିଯୁକ୍ତ କରିଥିଲେ । ଜନସାଧାରଣଙ୍କ ଉପରେ ବିଶ୍ୱାସ ନ ରଖି ସେ, ତନ୍ତ୍ର, ମନ୍ତ୍ର, ବଳି, ପ୍ରେତସାଧନ ଆଦି କାର୍ଯ୍ୟରେ ମନ ଦେଉଥିଲେ । ସୁଶୀଲଙ୍କ ଏହି ଟୁଇଟ ଏବେ ବିହାର ନିର୍ବାଚନରେ ଉଷ୍ମତା ଭରିଦେଇଛି ।

Leave A Reply

Your email address will not be published.