Latest Odisha News

NRI କୋଟାରେ ଆଡମିଶନ ଠକେଇ, ୨ ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ୱର: NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗୃପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଯୁବପିଢିଙ୍କୁ MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁ । ଗିରଫ ପରେ ସେମାନଙ୍କଠାରୁ ୨ ଦାମୀ କାର, ୨ଟି ଲାପଟପ୍, ୨ଟି ଟଙ୍କା ଗଣା ମେସିନ, ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରାଯାଇଛି ।

BjdElectrycity

ଧନୀ ଘରରର ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତରୀ ଓ ଇଞ୍ଜିନିୟରିଂର ସ୍ବପ୍ନ ଦେଖାଇବା ସହ ନାମିଦାମୀ ଶିକ୍ଷାନୁଷ୍ଠାନରେ ଆଡମିଶନର ଲୋଭ ଦେଖାଉଥିଲେ ଏହି ଠକମାନେ । ଟଙ୍କା ଦେଲେ ମ୍ୟାନେଜ୍‌ମେଣ୍ଟ ଓ NRI କୋଟାରେ ଆଡମିଶନ କରାଇଦେବାକୁ କହି ଚଳୁ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସିଂ, ଲ ଓ ପଲିସ ମେକିଂ ଭଳି କୋର୍ସ ପାଇଁ ପ୍ରମୁଖ ବିଶ୍ଵବିଦ୍ୟାଳୟରେ ସିଟ୍ କରାଇ ଦେବାର ଦେଉଥିଲେ ଅଫର । ଏଥିପାଇଁ ପ୍ରଥମେ ଆଡଭାନସ ପରେ ସିଟ୍‌ ସ୍ଲଟ୍‌ ବୁକିଂ ଭଳି ବିଭିନ୍ନ ଆଳ ଦେଖାଇ ଠକୁଥିଲେ ମୋଟା ଅଙ୍କର ଟଙ୍କା । ଏପରିକି NRI କୋଟାରେ ଆଡମିଶନ ଥିଲା ପ୍ରମୁଖ ମାଧ୍ୟମ । ଝାରୁସୁଗୁଡାର ଜଣେ ଅଭିଯୋଗକାରୀଠାରୁ ଏକ ନାମୀ ବିଶ୍ବବିଦ୍ୟାଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବା ନାଁରେ ନେଇଥିଲେ ସାଢେ ୩ ଲକ୍ଷ ଟଙ୍କା । ଭୁବନେଶ୍ୱର ନୟାପଲ୍ଲୀରେ ଅଫିସ ଖୋଲି ଏହିଭଳି ଉପାୟରେ ସେମାନେ ଠକେଇ କରି ଆସୁଥିଲେ । 

ଠକାମୀର ଶିକାର ହୋଇଥିବା ଜଣେ ଛାତ୍ରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଏହା ପରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କରିଥିଲା ଅଣ୍ଡର କଭର ଅପରେସନ । ଅନେକ ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଏନଆରଆଇ କୋଟା ରହିଥାଏ । ସେହି ସବୁ କୋଟା ସିଟ୍‌କୁ ଆଶାୟୀଙ୍କୁ ସୁବିଧା କରାଇ ଦେବାକୁ ଠକମାନେ ବିଭିନ ରେଫରେନ୍ସ ଜରିଆରେ ଏପରି କାରବାର କରିଥାନ୍ତି । ଏନ୍‌ଆରଆଇ ସହିତ ପରିଚିତ ନଥାଇ ବି ଫର୍ଜି କାଗଜ ପତ୍ର କରି ଆଡମିଶନ କରାଇ ଦେଇଥାନ୍ତି । ଏବେ ତଦନ୍ତ କରି ୨ ଠକଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.