Latest Odisha News

BREAKING NEWS

ହ୍ରଦ ସଫା କରୁଛି ‘ଏ-ଆଇ’ ବୋଟ୍, ଥରକେ କାଢୁଛି ୨ କୁଇଣ୍ଟାଲ୍ ମଇଳା

ଶିଲଙ୍ଗ: ପ୍ରତ୍ୟକ କ୍ଷେତ୍ରରେ ବିଜ୍ଞାନ ବର୍ତ୍ତମାନ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଅନେକ କିଛି କାର୍ଯ୍ୟ କରୁଛି । ବିଜ୍ଞାନ ବଳରେ ମଣିଷ ଅନେକ ଅସାଧ୍ୟକୁ ସାଧନ କରିପାରୁଛି । ଠିକ୍ ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ‘ଏ-ଆଇ’ ।  ଏବେ ହ୍ରଦ ସଫା କରିବ ‘ଏ-ଆଇ’ ବୋଟ୍ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ଏକଦମ୍ ସତ । ରୋବୋଟିକ ଟେକ୍ନୋଲୋଜି ଓ ‘ଏ-ଆଇ’କୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ବୋଟ୍ ଦ୍ୱାରା ମେଘାଳୟର ହ୍ରଦ ଗୁଡିକୁ ସଫା କରାଯାଉଛି ।

ଏହା ସାହାଯ୍ୟରେ ମେଘାଳୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ଉମିଆମ’ ହ୍ରଦକୁ ପରିଷ୍କାର କରାଯାଉଛି। ୪୯୦୦ ଫୁଟ୍ ପରିସୀମା ବିଶିଷ୍ଟ ହ୍ରଦକୁ ସଫାକରିଵା ବଡ଼ କଷ୍ଟକର ଥିଲା । କିନ୍ତୁ ‘ଏ-ଆଇ’ ବୋଟ୍ ଦ୍ୱାରା ଏହି କାମ ସହଜ ହୋଇପାରିଛି । ୧୫ ଲିଟର ତେଲ ଖର୍ଚ୍ଚ କରି ଵୋଟ୍ ସାହାଯ୍ୟରେ ଥରକୁ ୨ କୁଇଣ୍ଟାଲ୍ ମଇଳା ସଫା ହୋଇ ପାରୁଛି।

ପାହାଡି ଅଞ୍ଚଳରେ ଥିବା ଏହି ଉମିଆମ ହ୍ରଦ ୱାଟର ସ୍ପୋର୍ଟ୍ସ ପାଇଁ ପ୍ରସିଦ୍ଧ। ବିଗତ ଦିନରେ ଏଠାରେ ଅଳିଆ ଆବର୍ଜନା ଭର୍ତି ହୋଇ ଉମିଆମ ହ୍ରଦ ତାର ସ୍ୱଚ୍ଛତା ହରାଇ ବସିଥିଲା । ମେଘାଳୟ ସରକାର ‘ସ୍ମାର୍ଟ ଭିଲେଜ’ ଯୋଜନା ଅଧିନରେ ‘ଏ-ଆଇ’ ବୋଟ୍ ନିର୍ମାଣ କରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ବୋଟରେ ହଙ୍ଗକଙ୍ଗ୍ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରାଯିବା ସହିତ ପ୍ରଥମେ ଏହାକୁ ଇଣ୍ଡୋନେସିଆର ବାଲିରେ ପରିକ୍ଷା କରାଯାଇଥିଲା । ସେଠାରେ ସଫଳତା ମିଳିବା ପରେ ଏହାକୁ ମେଘାଳୟରେ ବ୍ୟବହାର କରାଯାଉଛି । ତେବେ ଆଗାମୀ ଦିନରେ ଭାରତରେ ହେଉଥିବା ଅନେକ ସ୍ୱଚ୍ଛତା ଅଭିଯାନରେ ଏଭଳି  ‘ଏ-ଆଇ’ ବୋଟକୁ ସାମିଲ୍ କରାଯାଇପାରେ ।

 

Leave A Reply

Your email address will not be published.