ପାକିସ୍ତାନରୁ ଭାରତ ଆସିଥିବା ଜଣାଶୁଣା ସଂଙ୍ଗୀତଜ୍ଞ ତଥା ମ୍ୟୁଜିକ କମ୍ପୋଜର ଅଦନାନ ସାମି ଟୁଇଟର ପାକିସ୍ତାନ ଓ ଭାରତ ୟୁଜର୍ସ ମଧ୍ୟରେ ଚାଲିଥିବା ମତମତାନ୍ତରରେ ଫସି ଯାଇଛନ୍ତି । ନିକଟରେ ହୋଇଥିବା ବିଶ୍ୱକପରେ ଇଂଲଣ୍ଡ ପାକିସ୍ତାନକୁ ହରାଇଥିଲା । ଏ ନେଇ ଟୁଇଟର ଅଦନାନ ସାମି ଇଂଲଣ୍ଡକୁ ଶୁଭେଚ୍ଛା ଦେବା ସହ ଲେଖିଥିଲେ, “ଭଲ ଟିମ ଜିତି ଯାଇଛି” । ଏହା ପରେ ଅଦନାନଙ୍କୁ ଟାର୍ଗେଟ କରିଥିଲେ ପାକିସ୍ତାନ ଫ୍ୟାନ୍ସ ।
କଥା ଆଗକୁ ବଢିବା ପରେ ଅଦନାନ ଟୁଇଟର କରି ପାକିସ୍ତାନି ଉପରେ ବର୍ଷିଛନ୍ତି । ସେ ଟୁଇଟ କରି କହିଛନ୍ତି କି, ସେ ଖୁବ ଶୀଘ୍ର ସତ୍ୟର ପର୍ଦାଫାଶ କରିବେ । ସେ ଦେଶରେ କେମିତି ତାଙ୍କ ସହ ଦୀର୍ଘ ସମୟ ଯାଏଁ ଖରାପ ବ୍ୟବହାର କରାଯାଥିଲା ତାହା ସେ ସାର୍ବଜନୀନ କରିବେ । ଏହି ବ୍ୟବହାର ତାଙ୍କର ପାକିସ୍ତାନ ଛାଡିବାର ବଡ କାରଣ । ସେ କହିଛନ୍ତି , ପାକିସ୍ତାନ ଜନତାଙ୍କ ସହ ତାଙ୍କର କିଛି ଅସୁବିଧା ନାହିଁ। ତାଙ୍କୁ ଭଲ ପାଉଥିବା ସମସ୍ତ ମଣିଷଙ୍କୁ ସେ ଭଲ ପାଆନ୍ତି ।
ଅଦନାନ ଟୁଇଟ କରି କହିଛନ୍ତି, “ବହୁତ ଲୋକ ମତେ ପଚାରନ୍ତି କି ମୁଁ ପାକିସ୍ତାନକୁ ଏତେ ଘୃଣା କରେ କାହିଁକି ? ସତ କଥା ହେଉଛି, ମୁଁ ପାକିସ୍ତାନ ଲୋକଙ୍କୁ ଘୃଣା କରେ ନାହିଁ, ଯେଉଁମାନେ ମୋ ସହ ଭଲ ବ୍ୟବହାର କରିଛନ୍ତି । ମୁଁ ସେହି ସମସ୍ତ ବ୍ୟକ୍ତିଙ୍କୁ ଭଲ ପାଏ । ଯଦିଓ ସେଠାକାର ସଂସ୍ଥାକୁ ନେଇ ମୋର ବହୁତ ଅଭିଯୋଗ ଅଛି । ମୁଁ କାହିଁକି ପାକିସ୍ତାନ ଛାଡ଼ିଲି ତାହାର ସତ୍ୟ ମୁଁ ଦିନେ ଖୁଲାସା କରିବି । ସେମାନେ ମୋ ସହ ଯେଉଁ ପ୍ରକାରର ବ୍ୟବହାର କରିଛନ୍ତି ତାହା ବହୁତ ଲୋକଙ୍କୁ ଜଣା ନାହିଁ । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବହୁ ବର୍ଷ ପର୍ଯ୍ୟନ୍ତ ଏହାକୁ ନେଇ ମୁଁ ଚୁପ ରହିଲି । କିନ୍ତୁ ଦୁନିଆକୁ ଏହି ବିଷୟରେ ଜଣାଇବା ପାଇଁ ଉଚିତ ସମୟ ବାହାର କରିବି ବୋଲି ସେ କହିଛନ୍ତି ।
Comments are closed.