Latest Odisha News

ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ଖସୁଛି ପାରଦ । ରାଜ୍ୟର ଆଭ୍ୟନ୍ତରୀଣରେ ବଢୁଛି ଶୀତ । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୭.୨ ଡିଗ୍ରୀ ରହିଥିବାବେଳେ ୯ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ଅଛି କୋରାପୁଟର ଶିମିଳିଗୁଡା । ୨୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି ।

ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହୋଇଛି । ତେବେ ଆସନ୍ତା ୩ରୁ ୪ ଦିନ ପର୍ଯନ୍ତ ତାପମାତ୍ରା ପ୍ରାୟ ସମାନ ରହିବ, ଏଥିରେ ବିଶେଷ ପରିବର୍ତ୍ତନ ହେବନି । ରାଜଧାନୀ ଭୁବନେଶ୍ୱରରେ ରାତିରେ ତାପମାତ୍ରା ୧୬ଡିଗ୍ରୀ ଥିବାବେଳେ କଟକରେ ୧୬.୪ଡିଗ୍ରୀ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥଇବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟର ୨୦ ସ୍ଥାନରେ ରାତ୍ରୀ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି ।

Leave A Reply

Your email address will not be published.