Latest Odisha News

BREAKING NEWS

ବ୍ରଣ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ…

ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ । ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ ।  ତେବେ ଏହି ବ୍ରଣ ସମସ୍ୟା ଦୂର କରିବା ପାଇଁ କିଛି ଘରୋଇ ଉପାୟ ଆପଣାନ୍ତୁ । ଯାହା  ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବ ।

-ମହୁ- ହଳଦୀ ମିଶ୍ରଣ ତ୍ୱଚା ପାଇଁ ଖୁବ୍‌ ଉପକାରୀ । ଏକ ଚାମଚ ହଳଦୀ ଗୁଣ୍ଡରେ ମହୁ ମିଶାଇ ତ୍ୱଚାରେ ଲଗାଇ ୨୦ ମିନିଟ୍‌ ରଖନ୍ତୁ ପରେ ଏହାକୁ ଧୋଇ ଦିଅନ୍ତୁ  ।  ଦେଖିବେ ଆପଣଙ୍କ ତ୍ୱଚାରେ ନିଶ୍ଚୟ ଚମକ ଆସିବ  ।

-ଘି-କୁଆଁରୀ ରସରେ ମହୁ ମିଶାଇ, ସେହି ମିଶ୍ରଣକୁ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ, ତ୍ୱଚାକୁ ଧୋଇ ସଫା କରିବେ । ଏହାକୁ ସକାଳ ସମୟରେ ତ୍ୱଚାରେ ଲଗାଇବା ଅଧିକ ଭଲ ।

-ସପ୍ତାହକୁ ଥରେ ତ୍ୱଚା ସ୍କ୍ରବ କରନ୍ତୁ । କିନ୍ତୁ ଅଧିକ ଥର ସ୍କ୍ରବ କରିବା ଅନୁଚିତ୍ । ବାରମ୍ବାର ଏହା କରିବା ଦ୍ୱାରା, ବ୍ରଣ ବଢିବାର ସମ୍ଭାବନା ରହିଥାଏ ବୋଲି ବିଉଟିସିଆନ୍‌ଙ୍କ ମତ ।

-କ୍ଷୀରର ସର,ମହୁ ଓ ସେଥିରେ ବେସନ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି , ସେହି ପ୍ୟାକକୁ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ତ୍ୱଚା ଧୋଇନେବେ । ଏହା ବ୍ରଣ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

-ବାହାରୁ ଆସିବା ପରେ, ତୁରନ୍ତ ତ୍ୱଚାକୁ ଧୋଇ ଟୋନର କିମ୍ବା ମଶ୍ଚରାଇଜର ଲଗାଇବା ଉଚିତ୍ ।

Leave A Reply

Your email address will not be published.