Latest Odisha News

କେସିଆରଙ୍କ ଦଳକୁ ମିଳିଛି ସର୍ବାଧିକ ଚାନ୍ଦା, ବିଜେଡିକୁ କିଛି ନାହିଁ

ଭୁବନେଶ୍ୱର: କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? କିଏ ପାଇଛି ସବୁଠାରୁ ଅଧିକ ? କିଏ ପାଇଛି ସବୁଠୁ କମ  ? ଏଡିଆର ରିପୋର୍ଟ ଦେଲା ସବୁ ତଥ୍ୟ । ଦେଶର ସବୁ ଆଞ୍ଚଳିକ ଦଳ ନିଜ ନିଜର ରିପୋର୍ଟ ଦାଖଲ କରିଛନ୍ତି । ସେହି ତଥ୍ୟ ଅନୁସାରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ୨୬ ଆଞ୍ଚାଳିକ ଦଳର ତଥ୍ୟ ପ୍ରଦାନ କରିଛି । ୨୦୨୧-୨୨ ବର୍ଷର ADR ତଥ୍ୟ ତଥ୍ୟ ଅନୁଯାୟୀ, ୨୬ଟି ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଟଙ୍କା ଚାନ୍ଦା ।

ଏହି ରିପୋର୍ଟରେ ୫୪ ଆଞ୍ଚାଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ତଥ୍ୟ ଦିଆଯାଇଛି ।  ବିଆରଏସ ସବୁଠୁ ଅଧିକ ଚାନ୍ଦା ଅର୍ଥାତ ୪୦କୋଟି ୯୦ ଲକ୍ଷ ଟଙ୍କା ପାଇଛି। ୧୮୯ କୋଟି ଟଙ୍କା ଚାନ୍ଦାରୁ ୫ଟି ପ୍ରମୁଖ ଦଳ ପାଇଛନ୍ତି ୮୫ ପ୍ରତିଶତ ଅର୍ଥ । ଏହି ପ୍ରମୁଖ ଦଳଗୁଡିକ ହେଲା  ଭାରତ ରାଷ୍ଟ୍ର ସମିତି ସହିତ ଆମ୍ ଆଦମୀ ପାର୍ଟି, ଜନତା ଦଳ ୟୁନାଇଟେଡ୍, ସମାଜବାଦୀ ପାର୍ଟି, ୱାଇ ଏସ୍ ଜଗନ ମୋହନ ରେଡ୍ଡିଙ୍କର ୱାଇଏସଆର କଂଗ୍ରେସ

ତେବେ ବିଜେଡି ସମେତ ୬ଟି ଆଞ୍ଚଳିକ ଦଳ SDF, AIADMK, NDPP, JKNC, AIFB, PMK  କେତେ ଚାନ୍ଦା ପାଇଛନ୍ତି ସେ ବାବଦରେ କିଛି ଉଲ୍ଲେଖ କରିନାହାନ୍ତି ।  ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।

ସୂଚନା ଥାଉ କି, ବିଆରଏସକୁ ଗତ ଆର୍ଥିକ ବର୍ଷରେ ୪୦.୯୦ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ, ଆପକୁ ୩୮.୨୪ କୋଟି,  ୱାଇଏସଆର କଂଗ୍ରେସକୁ ୨୦ କୋଟି,  ସମାଜବାଦୀ ପାର୍ଟିକୁ ୨୯.୭୯ କୋଟି ଟଙ୍କା ଏବଂ ଜେଡିୟୁକୁ ୩୩.୨୫ କୋଟି ଅନୁଦାନ  ମିଳିଛି ।

ତେବେ ବିଜେଡି ଚାର ଚାନ୍ଦା ତାଲିକା ଦେଇ ନ ଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ କଡା ସମାଲୋଚନା କରିଛନ୍ତି । କଳାଧନ ହୋଇଥିବାରୁ ଦଳ ଏହାକୁ ପ୍ରକାଶ କରୁନାହିଁ ବୋଲି ବିରୋଧୀ କହିଛନ୍ତି ।

Comments are closed.