Latest Odisha News

BREAKING NEWS

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି ।

ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ ଅବଧି (ଏଆରପି)କୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛି । ଏହି ସମସ୍ତ ୨୩୦ ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି ଦିଆଯିବ ।

ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ ୩୧, ୨୦୨୦ ତାରିଖ ୦୮.୦୦ ଘଣ୍ଟା ଠାରୁ କାର୍ଯ୍ୟକାରୀ ହେବ ।

ଅନ୍ୟାନ୍ୟ ସର୍ତ୍ତାବଳୀ ଯେପରିକି, ଚଳିତ ବୁକିଂ, ସଡକ ପାର୍ଶ୍ୱ ଷ୍ଟେସନଗୁଡିକରେ ତତ୍କାଳ କୋଟା ଆବଣ୍ଟନ ନିୟମ ଇତ୍ୟାଦି ନିୟମିତ ସମୟ ସାରଣୀ ଟ୍ରେନ ସହ ସମାନ ରହିବ ।

ଏହି ନିର୍ଦ୍ଦେଶନାମାକୁ ଭାରତୀୟ ରେଳ ୱେବସାଇଟ www.indianrailways.gov.in ରେ ଦେଖିପାରିବେ ।

Leave A Reply

Your email address will not be published.