Latest Odisha News

ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଲଢେଇରେ ସାରା ଦେଶ ଓ ଆମ ରାଜ୍ୟ ଓଡିଶା ଏକ ହୋଇ ଠିଆ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରୁଛି ।
ଦେଶର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ କରିବା ପାଇଁ ଘଂଟ ଘଂଟା, ଥାଳି ବଜାଇବା ସହିତ ସମସ୍ତଙ୍କୁ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଦେଶବାସିଙ୍କୁ ଅନୁରୋଧ କରିଥିଲେ । ସାରା ଦେଶ ଏହି ଆହ୍ୱାନରେ ଏକ ହୋଇ ଠିଆ ହୋଇଥିଲେ ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କରୋନା ଯୋଦ୍ଧାଙ୍କ ସମ୍ମାନରେ ମୋ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏକ ହୋଇ ସାମିଲ ହେବାକୁ ଶ୍ରୀ ମହାନ୍ତି ଟ୍ୱିଟ୍ ଜରିଆରେ ନିବେଦନ କରିଛନ୍ତି ।
Leave A Reply

Your email address will not be published.