ନୂଆଦିଲ୍ଲୀ:ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା।
ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରିକରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସିପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକ ମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ ଅବଗତ କକୁହାଯାଉ ନାହିଁ।
ଏଥିସହିତ କେବୁଲ ଟେଲିଭିଜନ ନେଟୱର୍କ(ନିୟାମକ) ଆଇନ, ୧୯୯୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ିଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।
ଏଥିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସସିଆଇ, ନ୍ୟୁଜ ବ୍ରଡକାଷ୍ଟର୍ସଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ, ଅଲଇଣ୍ଡିଆଗେମିଂ ଫେଡରେସନ, ଫେଡରେସନ ଅଫ ଇଣ୍ଡିଆନ ଫାଣ୍ଟାସି ସ୍ପୋର୍ଟ୍ସଏବଂ ଅନଲାଇନ ରମ୍ମି ଫେଡରେସନର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ ।
ଏଏସସିଆଇର ଗାଇଡଲାଇନ ଅନୁଯାୟୀ, ଏପରି ପ୍ରତ୍ୟେକ ଗେମିଂବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ:
ଏହି ଗେମରେଆର୍ଥିକ ବିପଦର ଏକ ତତ୍ତ୍ୱ ସାମିଲ ରହିଛି ଏବଂ ଏହାର ନିଶା ମଧ୍ୟହୋଇପାରେ। ଦୟାକରି ଉତ୍ତରଦାୟିତ୍ୱର ସହ ଏବଂ ନିଜର ରିସ୍କଅନୁଯାୟୀ ହିଁ ଏହାକୁ ଖେଳନ୍ତୁ।
ଏପରି ଚେତାବନୀକୁ ବିଜ୍ଞାପନରେଅତିକମରେ ୨୦ ପ୍ରତିଶତ ସ୍ଥାନ ଦେବା ଆବଶ୍ୟକ।
ଏହି ଦିଶା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗେମିଂ ବିଜ୍ଞାପନରେ୧୮ ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ଲାଗିଅନଲାଇନ ଗେମିଂ” ଖେଳ ଖେଳିବା ବୋଲି ଦର୍ଶାଯାଇପାରିବ ନାହିଁ ।
ଏହା ମଧ୍ୟ ଦର୍ଶାଯାଇପାରିବ ନାହିଁ ଯେ ଏପରି ୟୁଜର୍ସ ଏହି ଗେମଖେଳିପାରିବେ। ଅନଲାଇନ ଗେମିଂ ରୋଜଗାରର ବିକଳ୍ପ ପ୍ରଦାନକରିଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବନାହିଁ ।
Comments are closed.