Latest Odisha News

BREAKING NEWS

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି।

ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଟିକସ ଫାଙ୍କି ଏତେ ପରିମାଣର ସୁନା ଓ ରୁପା ଅଳଙ୍କାର ଚାଲାଣ ହେଉଥିବା ଅନୁମାନ କରାଯାଉଛି ।

ଆଜି ସନ୍ଧ୍ୟାରେ ଅନ୍ଧପସରା ରୋଗରେ ବ୍ଲକିଂ କରିଥିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। ଏତିକିବେଳେ ତାମିଲନାଡୁ ନମ୍ବର ଥିବା ଏକ କାର ହଳଦିଆପଦର ଓଭରବ୍ରିଜ ଦେଇ ବ୍ରହ୍ମପୁର ସହରକୁ ପ୍ରବେଶ କରିଥିଲା। ଚେକିଂ ବେଳେ କାର ଭିତରୁ ବିଭିନ୍ନ ବ୍ଯାଗରେ ଭର୍ତ୍ତି ଥିବା ସୁନା ଓ ରୁପା ଗହଣା ଜବତ ହୋଇଥିଲା। ଅଧିକ ଖୋଳତାଡ ଜାରି ରଖିଛି ପୋଲିସ୍।

Leave A Reply

Your email address will not be published.