Latest Odisha News

ଅଣ-କାଶ୍ମୀର ଶ୍ରମିକଙ୍କୁ ପୋଲିସ/ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର ଆଡଭାଇଜରୀ ମିଛ

କାଶ୍ମୀର: ଅଶ-କାଶ୍ମୀର ଶ୍ରମିକଙ୍କୁ ପୋଲିସ କିମ୍ବା ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରିବା ନେଇ ଜାରି ହୋଇଥିବା ଆଡଭାଇଜରୀ ମିଛ । ଏଥିରେ କୌଣସି ସତତ୍ୟ ନାହିଁ । ଆଜି ଏହି ସ୍ପଷ୍ଟୀକରଣ ଦେଇଛି କାଶ୍ମୀର ଜୋନ୍ ପୋଲିସ । ଟ୍ୱିଟ୍ କରି ଆଡଭାଇଡରୀ ଉପରେ ସ୍ପଷ୍ଟୀକପଣରେ ଦେଇ ଏହାକୁ ମିଛ ବୋଲି କହିଛି କାଶ୍ମୀର ପୋଲିସ ଆଇଜି ।

ପୋଲିସ ଆଇଜିଙ୍କ ନାଁରେ ମିଛ ଆଡଭାଇଜରୀ ସବୁ ଡିଆଇଜିଙ୍କୁ ଲେଖାଯାଇଥିଲା । ସେଥିରେ କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ଥାନା କିମ୍ବା ସେନା କାର୍ୟ୍ୟାଳୟ ଓ କ୍ୟାମ୍ପକୁ ସ୍ଥାନାନ୍ତର କରିବାକୁ ସବୁ ଡିଆଇଜିଙ୍କୁ ନିର୍ଦ୍ଦେଶ ରହିଥିଲା ।

ଗତକାଲି କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ସାମନାକୁ ଆସିଥିଲା ମିଛ ଆଡଭାଇଜରୀ । ଗତ ୨ ସପ୍ତାହ ଭିତରେ ଆତଙ୍କୀଙ୍କ ଗୁଳିରେ ଜମ୍ମୁ କାଶ୍ମୀରରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି ।

Comments are closed.