Latest Odisha News

BREAKING NEWS

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ ପୋଲିସ । ୪ ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯିବ । ପୋଲିସ ୫ ଦିନ ରିମାଣ୍ଡ ଆବେଦନ କରିଥିଲା ।

ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ହାସଲ କରିବ ପୋଲିସ । ଅଭିଯୁକ୍ତଙ୍କୁ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇପାରେ । ୩ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ ପୋଲିସ । ହୋଟେଲରେ ବିଲ୍ ପେମେଣ୍ଟକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ହାତାହାତିରୁ ମନିଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ହୋଟେଲ ବାହାରେ ନା ପୋଖରୀ କୂଳରେ ? ମନିଷଙ୍କୁ କେଉଁଥିରେ ଆକ୍ରମଣ କରିଥିଲେ ୩ ସାଙ୍ଗ ? ମନିଷଙ୍କ ମୋବାଇଲ୍ ଫୋନ୍ କୁଆଡ଼େ ଗଲା ? କାହା ପାଖରେ ଅଛି ନା କୁଆଡେ ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ ? ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କ ପାଖରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ବାହାର କରିବ କମିଶନରେଟ ପୋଲିସ ।

Leave A Reply

Your email address will not be published.